7 Mar 2026, Sat

ଖୁବଶୀଘ୍ର ପରଦାକୁ ଆସୁଛି ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ’, ନୂଆ ପୋଷ୍ଟର ଆଉଟ୍

ମୁମ୍ୱାଇ : ସାଉଥ ସୁପରଷ୍ଟାର ୟଶ ତାଙ୍କର ଆଗାମୀ ଫିଲ୍ମ ‘ଟକ୍ସିକ: ଦି ଫେଇରୀ ଟେଲ’ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ମୁକ୍ତିଲାଭ କରିବାକୁ ଯାଉଖିବା ବେଳେ ଗତକାଲି ଅଭିନେତା ତାଙ୍କ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ଗତକାଲି ଅଭିନେତା ତାଙ୍କର ୯ମ ବିବାହ ବାର୍ଷିକୀ ପାଳନ ଅବସରରେ ୟଶ ତାଙ୍କ ଫ୍ୟାନ୍ସଙ୍କୁ ଫିଲ୍ମ ସହିତ ଏକ ବିଶେଷ ଉପହାର ଦେଇଛନ୍ତି ।

ତେବେ ୟଶ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଟକ୍ସିକ’ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ତାଙ୍କୁ ବାଥଟବରେ ବସିଥିବା ଦେଖାଯାଉଛି । ନୂତନ ପୋଷ୍ଟର ସେୟାର କରି ଅଭିନେତା ଲେଖିଛନ୍ତି, “୧୦୦ ଦିନ ମଧ୍ୟରେ, ପରୀ କାହାଣୀ ପ୍ରକାଶିତ ହେବ ।” ଏହି ଫିଲ୍ମଟି ଗୁରୁବାର, ମାର୍ଚ୍ଚ ୧୯ରେ ଉତ୍ସବକାଳୀନ ସପ୍ତାହ ସମୟରେ ମୁକ୍ତିଲାଭ କରିବ । ଟକ୍ସିକ ବିଷୟରେ କହିବାକୁ ଗଲେ, ଗୀତୁ ମୋହନଦାସ ଫିଲ୍ମକୁ ଲେଖିଛନ୍ତି ।

ଫିଲ୍ମଟି ଇଂରାଜୀ ଏବଂ କନ୍ନଡ ଭାଷାରେ ନିର୍ମିତ ହେଉଥିବା ବେଳେ ଏହା ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟଲମ ସହିତ ଅନେକ ଅନ୍ୟାନ୍ୟ ଭାରତୀୟ ଏବଂ ଅନ୍ତର୍ଜାତୀୟ ଭାଷାରେ ମୁକ୍ତିଲାଭ କରିବ । ଭେଙ୍କଟ ନାରାୟଣ ଏବଂ ୟଶ ପ୍ରଯୋଜକ। KVN ପ୍ରଡକ୍ସନ୍ସ ଏବଂ ମନ୍ଷ୍ଟର ମାଇଣ୍ଡ କ୍ରିଏସନ୍ସ ବ୍ୟାନରରେ ନିର୍ମିତ, ଏହି ଫିଲ୍ମର ସିନେମାଟୋଗ୍ରାଫର ହେଉଛନ୍ତି ରାଜୀବ ରବି । ଏହି ଫିଲ୍ମରେ ରବି ବସରୁରଙ୍କ ସଙ୍ଗୀତ ରହିବ, ଯିଏ ପୂର୍ବରୁ KGF, ମାର୍କୋ ଏବଂ ସାଲାରରେ ତାଙ୍କ ସଙ୍ଗୀତ ଦ୍ୱାରା ଧମାଲ ମଚାଇ ସାରିଛନ୍ତି । ସମ୍ପାଦନା ଉଜ୍ଜ୍ୱଳ କୁଲକର୍ଣ୍ଣିଙ୍କ ଦ୍ୱାରା, ପ୍ରଡକ୍ସନ ଡିଜାଇନ୍ ଟିପି ଆବେଦଙ୍କ ଦ୍ୱାରା ଏବଂ ଆକ୍ସନ ନିର୍ଦ୍ଦେଶକ ହେଉଛନ୍ତି ଜେଜେ ପେରି ଏବଂ ଅନବାରିଭ।

Leave a Reply

Your email address will not be published. Required fields are marked *