24 Jun 2026, Wed

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Aadyasha News Desk : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ପାଇଁ କେବଳ ଭାରତ ନୁହେଁ, ବିଶ୍ବର ୧୯୧ଟି ଦେଶ ଉତ୍ସାହିତ ଅଛନ୍ତି। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଯୋଗ ବିଭିନ୍ନ କ୍ଷେତ୍ରରେ ପାଳନ ହେଉଛି। ଜଳ, ସ୍ଥଳ, ପାହାଡ଼ରେ ମଧ୍ୟ ଯୋଗ ଦିବସ ପାଳନ ପାଇଁ ଆୟୋଜନ ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ଯୋଗ ଦିବସ ପାଇଁ ପଦକ୍ଷେପ ନିଆଯାଇଛି। କୋଲକାତାର ରେଡ୍‌ ‌ରୋଡ୍‌ରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଉଛନ୍ତି। ଦ୍ବାଦଶତମ ଯୋଗ ଦିବସରେ ମୋଦୀଙ୍କ ସହିତ ଯୋଗ କରିବା ପାଇଁ ୬ ଲକ୍ଷ ଲୋକ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି। ଆଞ୍ଚଳିକସ୍ତର ଠାରୁ ଜାତୀୟସ୍ତର ପର୍ଯ୍ୟନ୍ତ ଯୋଗ ଦିବସ ପାଳନ ହେଉଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ଅଧିକାରୀ ତଥା କର୍ମଚାରୀମାନେ ‌ଯୋଗରେ ସାମିଲ ହେଉଛନ୍ତି। ସେହିପରି ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ସହିତ ଜଡ଼ିତ ହେଉଛନ୍ତି। ଚଳିତ ବର୍ଷ ଯୋଗ ପାଇଁ ‘ସୁସ୍ଥ ଜୀବନ ପାଇଁ ଯୋଗ’ ଥିମ୍‌ ରଖାଯାଇଛି।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ଭାରତୀୟ ସଂସ୍କୃତିର ଏହି ମହାନ ଓ ପ୍ରାଚୀନ ପରମ୍ପରା ଆଜି ସମଗ୍ର ବିଶ୍ୱକୁ ସୁସ୍ଥ ରହିବାର ମାର୍ଗ ଦେଖାଉଛି। ଆସନ୍ତୁ, ନିୟମିତ ଯୋଗ ସାଧନା କରି ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ଼ କରିବା ସହ ଏକ ସୁସ୍ଥ ସମାଜ ଗଠନରେ ସହଭାଗୀ ହେବା।

Leave a Reply

Your email address will not be published. Required fields are marked *