6 Dec 2025, Sat

ଏକ କୋଟି ପୁରସ୍କାର ରାଶି ଥିବା ନକ୍ସଲ ସହଦେବ ସୋରେନ ସମେତ ତିନି ନିପାତ

ସୁନ୍ଦରଗଡ଼ :  ଝାଡ଼ଖଣ୍ଡରେ ଚାଲିଥିବା ନକ୍ସଲ ଅପରେସନରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ହଜାରିବାଗ ପୁଲିସ ଏବଂ କୋବ୍ରା ବାଟାଲିୟନର ମିଳିତ ଅପରେସନରେ, ଏକ କୋଟି ପୁରସ୍କାର ରାଶି ଥିବା ଜଣେ ନକ୍ସଲ ସମେତ ତିନି ଜଣ ନକ୍ସଲ ଏକ ଏନକାଉଣ୍ଟରରେ ନିହତ ହୋଇଛନ୍ତି।

ରବିବାର ମଧ୍ୟ ରାତିରେ ହଜାରିବାଗର ଗୋରହର ଠାରେ ଝାଡ଼ଖଣ୍ଡ ପୁଲିସ ଏବଂ ସିଆରପିଏଫ ଯବାନ ଦ୍ଵାରା କୁମ୍ବିଂ ଅପରେସନ ଆରମ୍ଭ କରା ଯାଇଥିଲା। ଏହି ସମୟରେ ପୁଲିସକୁ ଦେଖିବା ମାତ୍ର ମାଓବାଦୀମାନେ ପୁଲିସ ଉପରେ ଗୁଳି ଚଳାଇ ଥିଲେ। ପ୍ରାୟ ଗୋଟିଏ ଘଣ୍ଟା ଉଭୟ ପକ୍ଷେ ଗୁଳି ଚାଲିବା ପରେ ପୁଲିସ ଗୁଳିରେ ତିନି ଜଣ ମାଓବାଦୀ ନିହତ ହେଇଛି।ମୃତକଙ୍କ ମଧ୍ୟରେ ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଏକ କୋଟି ପୁରସ୍କାର ରାଶି ଥିବା ସହଦେବ ସୋରେନ ଓରଫ ପ୍ରବେଶ, ଝାଡଖଣ୍ଡ ସ୍ପେଶାଲ ଏରିଆ କମିଟି ସଦସ୍ୟ ଏବଂ ୨୫ ଲକ୍ଷ ପୁରସ୍କାର ରାଶି ଥିବା ରଘୁନାଥ ହେମ୍ବ୍ରମ, ୧୦ ଲକ୍ଷ ପୁରସ୍କାର ରାଶି ଥିବା ବୀର ସେନ ଗଞ୍ଜୁ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି।

ପୁଲିସ ଦ୍ଵାରା ନିହତ ହେଇ ଥିବା ତିନି ନକ୍ସଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ପାଖରୁ ତିନୋଟି ଏକେ-୪୭ ମଧ୍ୟ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଏକ କୋଟି ପୁରସ୍କାର ରାଶି ଥିବା ସହଦେବ ସୋରେନ ଓରଫ ପ୍ରବେଶ, ଝାଡଖଣ୍ଡ ସ୍ପେଶାଲ ଏରିଆ କମିଟି ସଦସ୍ୟ ଏବଂ ୨୫ ଲକ୍ଷ ପୁରସ୍କାର ରାଶି ଥିବା ରଘୁନାଥ ହେମ୍ବ୍ରମ, ୧୦ ଲକ୍ଷ ପୁରସ୍କାର ରାଶି ଥିବା ବୀର ସେନ ଗଞ୍ଜୁ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି।

Leave a Reply

Your email address will not be published. Required fields are marked *