6 Dec 2025, Sat

ବିଳମ୍ବିତ ରାତିରେ ହାଇୱା ଧକ୍କାରେ ଯୁବକ ମୃତ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବୋତଳମା ପଞ୍ଚାୟତର ପାଟଣାହାଟ ନିକଟରେ ବିଳମ୍ବିତ ରାତ୍ରିରେ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଅଠରାଙ୍ଗ ଗ୍ରାମର ହାଲୁ ବେହେରାଙ୍କ ପୁଅ ରମେଶ ବେହେରା(୩୫) ବୋଲି ସୂଚନା  ମିଳିଛି।

ତେବେ ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା ଫେରାର ହୋଇଯାଇଛି। କ୍ଷତିପୂରଣ ଦାବିରେ ପାଟଣାହାଟ-ଖୋର୍ଦ୍ଧା ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

Leave a Reply

Your email address will not be published. Required fields are marked *