6 Dec 2025, Sat

ରଚିତ୍ ସିଂହଙ୍କ ସହ ନିର୍ବନ୍ଧ କଲେ ଅଭିନେତ୍ରୀ ହୁମା କୁରେଶୀ !

ନୂଆଦିଲ୍ଲୀ : ଲୁଚି ଲୁଚି ନିର୍ବନ୍ଧ କଲେ ବଲିଉଡ ଅଭିନେତ୍ରୀ ହୁମା କୁରେଶୀ। ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିବା ହୁମା ଏବେ ନିଜର ପ୍ରେମିକ ରଚିତ୍ ସିଂହଙ୍କ ସହ ନିର୍ବନ୍ଧ କରିଥିବା ଜଣାଯାଇଛି। ନିଜ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟରୁ ଦୂରରେ ରଖୁଥିବା ହୁମା ଏବେ ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ରଚିତ୍‌ଙ୍କୁ ବିବାହ ପାଇଁ ହଁ କରିଥିବା ଜଣାଯାଇଛି। ରଚିତ୍ ହେଉଛନ୍ତି ତାଙ୍କର ଅଭିନୟ ପ୍ରଶିକ୍ଷକ। କିଛି ବର୍ଷ ହେଲାଣି ସେ ରଚିତ ସିଂହଙ୍କୁ ଡେଟ୍ କରୁଥିଲେ। ବିଭିନ୍ନ ବିବାହ ଓ ପାର୍ଟିରେ ହୁମା ରଚିତ୍‌ଙ୍କ ସହ ନଜର ଆସୁଥିଲେ ବି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବିଷୟରେ କାହାକୁ ଜଣାନଥିଲା। କାରଣ ସବୁବେଳେ ଦୁହେଁ ନିଜ ବନ୍ଧୁମାନଙ୍କ ମିଶି ଫଟୋ ଉଠାଉଥିଲେ।

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତିଙ୍କ ସହ ଜଡ଼ିତ ଜଣେ ବ୍ୟକ୍ତି ନିର୍ବନ୍ଧ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ହୁମା‌ ଓ ରଚିତ୍ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ହୁମା ପୂର୍ବରୁ ନିର୍ଦ୍ଦେଶକ ଏବଂ ଲେଖକ ମୁଦସର ଅଜିଜଙ୍କୁ ଡେଟ୍ କରୁଥିଲେ। ପ୍ରାୟ ତିନି ବର୍ଷ ଡେଟ୍ କରିବା ପରେ, ଉଭୟ ଅକ୍ଟୋବର ୨୦୨୨ରେ ପରସ୍ପରଠୁ ଅଲଗା ହୋଇଯାଇଥିଲେ।

ସୂଚନା ମୁତାବକ, ରଚିତ ବୃତ୍ତିରେ ଜଣେ ଅଭିନୟ ପ୍ରଶିକ୍ଷକ। ସେ ଆଲିଆ ଭଟ୍ଟ, ରଣବୀର ସିଂହ, ବରୁଣ ଧୱନ, ବିକି କୌଶଲ, ଅନୁଷ୍କା ଶର୍ମା ଏବଂ ସୈଫ ଅଲ୍ଲୀ ଖାନଙ୍କ ଭଳି ଅଭିନେତାଙ୍କ ସହ କାମ କରିଛନ୍ତି। ଏହା ବ୍ୟତୀତ ରଚିତ ବରୁଣ ସୁଦ ଏବଂ ରବିନା ଟଣ୍ଡନଙ୍କ ଅଭିନୀତ ସିରିଜ୍ ଧାରାବାହିକ କର୍ମା କଲିଂରେ ବେଦାନ୍ତ ଭୂମିକାରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *