6 Dec 2025, Sat

ଯୋଡ଼ା ବ୍ଲକ୍ ରେ ମିଳିତ ଅଭିଯୋଗ ଶୁଣାଣି,୧୧୪ ଅଭିଯୋଗ ପଞ୍ଜୀକୃତ

କେନ୍ଦୁଝର :     କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ରେ ସୋମବାର ଏକ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ ଘଟିକା ସମୟରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଏସ୍ ପି ନୀତିନ କୁସଲ କର, ଜିଲ୍ଲା ବନଅଧିକାରୀ ଏଚ୍ ଡି ଧନର।ଜ୍,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି ବି ମିଶ୍ର ,ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଙ୍କ ସମେତ ଯୋଡା ବ୍ଲକ୍ ଅଧ୍ୟକ୍ଷ କବିନ୍ଦ୍ର ନାଏକ ଏଵଂ ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ,ୱାର୍ଡ ମେମ୍ବର,ସମିତି ସଭ୍ୟ ଉପସ୍ଥିତ ଥିଲେ ।ଏହି ମିଳିତ ଅଭିଯୋଗ ଶୁଣାଣି ରେ ବିଭିନ୍ନ ସରକାରୀ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ସମୁଦାୟ ୧୧୪ ଟି ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ର ଶୁଣାଣି ହୋଇଥିଲା ।ମୁଖ୍ୟତଃ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ପ୍ରସିଦ୍ଧ ଶୈବ ପୀଠ ମୂର୍ଗା ମହାଦେବ ଠାରୁ ବିଲେଇପଦା ପର୍ଯ୍ୟନ୍ତ ରାସ୍ତା ର ଦୂରାବସ୍ଥା କୁ ବ୍ୟବସ୍ଥିତ କରିବା,ରେଳ ଲେଭେଲ କ୍ରସିଂ ରେ ଫ୍ଲାଏ ଓଭର ନିର୍ମାଣ କରିବା,ପ୍ରଭୃତି ଦାବି ଦେଓଝର ସରପଞ୍ଚ ଧ୍ରୁବ ଚରଣ ନାଏକ କରିଥିଲେ ।

 

ବିରିକଳା ସରପଞ୍ଚ ମୁଖ ନାଏକ ଅଭିଯୋଗ କରିଛନ୍ତି ଯେ, ବିରିକଳା ଗ୍ରାମ ପଞ୍ଚାୟତ ର ସୀମା ଚିହ୍ନଟ ଯଥାଶୀଘ୍ର କରାଯାଉ ।କାରଣ ପଞ୍ଚାୟତ ପକ୍ଷରୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି ।ତେଣେ ବିରିକଳା ଗ୍ରାମ ପଞ୍ଚାୟତ ର ସୀମାରେ ଯୋଡା ପୌର ପ।ଳିକା ପ୍ରବେଶ କରି ବିଭିନ୍ନ କାର୍ଯ୍ୟ କରୁଅଛି ।ଏଣୁ ସୀମା ଚିହ୍ନଟ ଜରୁରୀ ବୋଲି ସେ ଦାବି କରିଛନ୍ତି ।ସେହିପରି ବିରିକଳା ସରପଞ୍ଚ ମୁଖ ନାଏକ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଙ୍କୁ ବିରିକଳା ଗ୍ରାମ ପଞ୍ଚାୟତ ର ବିଲେଇ ପଦା ଉଚ୍ଚ ବିଦ୍ୟାଳୟ ରେ କେବଳ ୩/୪ ଜଣ ଶିକ୍ଷକ ରେ ବିଦ୍ୟାଳୟ ଚାଲୁ ଅଛି ।ଫଳରେ ଶିକ୍ଷାଦାନ ପ୍ରଭାବିତ ହେଉଛି । ଯଥାଶୀଘ୍ର ଶିକ୍ଷକ ପଦବୀ ପୂରଣ ପାଇଁ ସେ ଦାବି କରିଛନ୍ତି ।ବଡକାଳିମାଟି ଗ୍ରାମ ପଞ୍ଚାୟତ ର ୱାର୍ଡ ମେମ୍ବର ରିନା ଖମଣିଆ ଅଭିଯୋଗ କରିଛନ୍ତି ଯେ ଗ୍ରାମ ପଞ୍ଚାୟତ ର ଏକ ନଂ ୱାର୍ଡ ରେ ଥିବା ରାଜ୍ୟ ର ପ୍ରସିଦ୍ଧ ଜଳ ପ୍ରପାତ ହାଣ୍ଡି ଭଙ୍ଗା ମୁଖ୍ୟ ରାସ୍ତା ଠାରୁ ବେଲସାହି ପର୍ଯ୍ୟନ୍ତ ଦୁଇ କିମି ରାସ୍ତା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ।ଏହି ଶୋଚୋନିୟ ରାସ୍ତା ର ନିର୍ମାଣ ପାଇଁ ସେ ଦାବି କରିଛନ୍ତି । ଏ ନେଇ ଗ୍ରାମ ର ଯୁବ ସଂଗଠକ ରବିନ୍ଦ୍ର ଖମଣିଆ ଖବରଦାତା ଙ୍କୁ କହିଥିଲେ ଯେ,ଦୁଇ କିମି ରାସ୍ତା ପାଇଁ ୨୦ ଥରରୁ ଉର୍ଦ୍ଧ୍ବ ଜିଲ୍ଲା ପ୍ରଶାସନ ଙ୍କ ଠାରେ ଅଭିଯୋଗ ହୋଇ ଆସୁଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରି ନାହିଁ।ଏହି ରାସ୍ତା ଟି ଜଙ୍ଗଲ ମଧ୍ୟ ଦେଇ ଅଞ୍ଚଳ ର ସ୍କୁଲ ସହିତ ସଂଯୋଗ ହୋଇଛି ।ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ଗଲାବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ତେଣେ ବିପର୍ଯ୍ୟସ୍ତ ସଡ଼କ ପାଇଁ ସ୍ଵଂୟ ଜଗନ୍ନାଥ ଙ୍କୁ ରଥ ରୁ ଓହ୍ଲେଇ ଶ୍ରଦ୍ଧାଳୁ ମାନେ କାନ୍ଧରେ ବୋହି ନେଇ ବାହୁଡା଼ ଯାତ୍ରା ସମ୍ପୂର୍ଣ କରିଥିଲେ ।ଏହି ରାସ୍ତା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ସତ୍ୱେ ମଧ୍ୟ ଏହାର କୌଣସି ମରାମତି କରାଯାଉ ନାହିଁ ବୋଲି ରବିନ୍ଦ୍ର ଖମଣିଆ କହିଥିଲେ ।ସେହିପରି ବଡକାଳୀ ମାଟି ଗ୍ରାମର ଡୁକୁରା ମୁଣ୍ଡା କହିଥିଲେ ଯେ ବାମେବାରି – କାଳୀମାଟି ରାଜ୍ୟ ରାଜପଥ ର ଅବସ୍ଥା ଏତେ ଶୋଚୋନୀୟ ଯେ ୮ ବର୍ଷ ଧରି ବସ ଚଳାଚଳ ହୋଇ ପାରୁ ନାହିଁ ।ଯୋଡା ବ୍ଲକ୍ କାର୍ଯ୍ୟାଳୟ କୁ ମଧ୍ୟ ହିତାଧିକାରୀ ମାନେ ଯାଇ ପାରୁ ନାହାନ୍ତି ।ଫଳରେ ବିଭିନ୍ନ ସରକାରୀ ଯୋଜନାରୁ ଲୋକେ ବଞ୍ଚିତ ହେଉଛନ୍ତି ।ଯୋଡା ବ୍ଲକ୍ ରେ ଥିବା ସମୁଦାୟ ୧୯ଟି ଗ୍ରାମ ପଞ୍ଚାୟତ ର ବିଭିନ୍ନ ମୌଳିକ ସମସ୍ୟା ସହିତ ଖଣି କମ୍ପାନୀ ଗୁଡିକରେ ନିଯୁକ୍ତି ନେଇ ଅଭିଯୋଗ ହୋଇଥିଲା ।ସୂଚନାଯୋଗ୍ୟ ଯେ,ଯୋଡା ବ୍ଲକ୍ କେନ୍ଦୁଝର ଜିଲ୍ଲା ର ସର୍ବାଧିକ ଖଣି ପ୍ରଭାବିତ ବ୍ଲକ ।ଏହି ବ୍ଲକ୍ ରେ ଜିଲ୍ଲା ଖଣିଜ ପାଣ୍ଠି ର ସୁବିନିଯୋଗ କରାଯାଉ ନ ଥିବାରୁ ଖଣି ଅଞ୍ଚଳ ବାସୀ ଏଥିରୁ କୌଣସି ପ୍ରକାର ସୁଫଳ ପାଇ ପାରୁ ନାହାନ୍ତି ।ଅଭିଯୋଗ ଶୁଣାଣୀ ବୈଠକ ପ୍ରାୟ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା ।ବୈଠକ ପରେ ଯୋଡା ବ୍ଲକ୍ ସାମାଜିକ ବିଭାଗ ପକ୍ଷରୁ ଦିବ୍ୟ।ଙ୍ଗ ଙ୍କୁ ୫ଟି ଟ୍ରାଇ ସାଇକେଲ ଓ ମାତ୍ର ଗୋଟିଏ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *