8 Dec 2025, Mon

୧୨୧ ଗ୍ରାମ୍ ବ୍ରାଉନ୍‌ସୁଗାର୍‌ ଜବତ, ଅଭିଯୁକ୍ତ ଗିରଫ

ଅପରେସନ୍ ପ୍ରହାର

ଭୁବନେଶ୍ଵର : ପାର୍ବଣ ପୂର୍ବରୁ ଓଡିଶା ପୁଲିସ୍‌ ନିଶା ବେପାରୀଙ୍କ ବିରୋଧରେ ଅପରେସନ୍ ପ୍ରହାର ଆରମ୍ଭ କରିଛି। ଏହି ଅଭିଯାନ ପୁଲିସକୁ ଗୋଟିଏ ଗୋଟିଏ ସଫଳତା ଦେଇ ଚାଲିଛି। ଆଜି (ଶୁକ୍ରବାର) ପୁଲିସ୍‌ ଜଣେ ନିଶା ବେପାରୀଙ୍କଠାରୁ ୧୨୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଅଭିଯୁକ୍ତ ଜଣକ ଅଜୟ କୁମାର ପରିଡା ଓରଫ ରାଜା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଅଜୟ କୁମାର ପରିଡା ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀ ପଡିଆ ବସ୍ତିରେ ରହୁଥିଲା। ସେ ବାଲେଶ୍ଵର ଏବଂ ଜଳେଶ୍ଵରରୁ ବ୍ରାଉନ୍ ସୁଗାର ଆଣି ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଖୁଚୁରା ବେପାରୀଙ୍କୁ ବିକ୍ରି କରୁଥିଲା। ପୁଣି ଏ ସମ୍ପର୍କରେ କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରି ୧୨୧ ଗ୍ରାମ୍ ବ୍ରାଉନ୍ ସୁଗାର ସହ ନଗଦ ୧ ହଜାର ଟଙ୍କା , ମୋବାଇଲ୍ ଫୋନ୍ ଏବଂ କିଛି ସିମ୍ କାର୍ଡ ଜବତ କରିଛି। ପୁଲିସ୍‌ ଅଭିଯୁକ୍ତ ରାଜାକୁ ଗିରଫ କରିବା ସହ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *