ରାଉରକେଲା ଅଫିସ : ବୀରମିତ୍ରପୁର ର ପୂର୍ବତନ ତଥା ୪ ଥର ର ବିଧାୟକ ବିଶିଷ୍ଟ ଶ୍ରମିକ ଓ ଆଦିବାସି ନେତା ଜର୍ଜ ତିର୍କି ଆଉ ନାହାନ୍ତି |ଶୁକ୍ରବାର ମଧ୍ୟରାତ୍ରି ରେ ୬୭ ବର୍ଷ ବୟସ ରେ ଭୁବନେଶ୍ୱର ଆପୋଲ ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |
ଶେଷ ସମୟ ରେ ତାଙ୍କ ନିକଟ ରେ ତାଙ୍କ ପୁଅ ତଥା ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କି ଓ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ |ଛାତ୍ର ଜୀବନ ରୁ ସେ ଜଣେ ଲଢୁଆ ଆଦିବାସୀ ନେତା ଭାବେ ପରିଚିତ ଥିଲେ |ପ୍ରଥମେ ସେ ବ୍ୟାଙ୍କ ଚାକିରୀ କରୁଥିଲେ, ପରେ ଚାକିରୀ ଛାଡି ରାଜନୀତି ରେ ଯୋଗଦେଇଥିଲେ |ସେ ସୁନ୍ଦେରଗଡ଼ ସମେତ ରାଜ୍ୟ ର ଅନେକ ଅଂଚଳ ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା କୁ ସଂଘଠିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଏହି ଦଳ ରୁ ସେ ୧୯୯୫ ଓ ୨୦୦୦ ବିଧାନସଭା ନିର୍ବାଚନ ରେ ବୀରମିତ୍ରପୁର ରୁ ନିର୍ବାଚିତ ହୋଇଥଲେ |
ସେହି ଆସନ ରୁ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନ ରେ ସମତା କ୍ରାନ୍ତି ଦଳ ରୁ ଲଢ଼ି ବିଜୟୀ ହୋଇଥିଲେ | ୨ ଥର ସୁନ୍ଦରଗଡ଼ ଲୋକସଭା ଆସନ ରୁ ଲଢ଼ି ପରାସ୍ତ ହୋଇଥିଲେ | ଶେଷ ସମୟ ରେ ବି ଜେ ଡି ଓ କଂଗ୍ରେସ ଦଳ ରେ ମଧ୍ୟ ଯୋଗ ଦେଥିଲେ | ବର୍ତମାନ ତାଙ୍କ ପୁଅ ବି ଜେ ଡି ଟିକେଟ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି |
ଆଜି ତାଙ୍କ ପୈତୃକ ଗ୍ରାମ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁତ୍ର ଥାନା ସ୍ଥିତ ଝୁନମୁର ଠାରେ ଶେଷକୃତ୍ୟ ସମ୍ପର୍ଣ ହେବ |



