6 Dec 2025, Sat

ଛତୁ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଜଣେ ମୃତ

ଛେଣ୍ଡିପଦା : ଛତୁ ତୋଳିବାକୁ ଜଙ୍ଗଲକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି ତାଙ୍କୁ ଗୁରୁତର ଅବସ୍ଥାରେ ବନବିଭାଗ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଏଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁଚନା ମୁତାବକ ଛେଣ୍ଡିପଦା ବ୍ଳକ୍ ଅନ୍ତର୍ଗତ ବାଗେଡିଆ ଥାନା ଅନ୍ତର୍ଗତ ନୁଆଁଗାଁ ବଡସାହି ଗ୍ରାମର ସୁବାସ ଚନ୍ଦ୍ର ପ୍ରଧାନ (୫୫) ଗାଁ ପାଖ ଜଙ୍ଗଲକୁ ସକାଳ ୬ଟା ସମୟ ରେ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବାବେଳେ ଏକ ଗୋଟିକିଆ ହାତୀ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସୁବାସଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *