ଅନୁଗୁଳ , : ପୁତୁରାକୁ ପିଟି ପିଟି ମାରିଦେଲା ମାନସିକ ରୋଗୀ ଦାଦା । ମୃତକ ହେଉଛନ୍ତି ବଡ଼ କଞ୍ଜିନି ଗାଁର ସୁଦର୍ଶନ ଦାସ। ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ କଞ୍ଜିନି ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ସୁଦର୍ଶନଙ୍କ ଦାଦା ବସନ୍ତ ଦାସ ଜଣେ ମାନସିକ ରୋଗୀ । ସେ ଗାଁଠାରୁ ଦୂରରେ ଥିବା ମଶାଣି ନିକଟରେ ରୁହନ୍ତି । ଗତକାଲି ରାତିରେ ବସନ୍ତଙ୍କ ପାଇଁ ସୁଦର୍ଶନ ଖାଇବା ନେଇ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରି ନଥିଲେ। ସୁଦର୍ଶନ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ଦୀର୍ଘ ସମୟ ଧରି ଖୋଜିଥିଲେ । ପରେ ସୁଦର୍ଶନଙ୍କ ମୃତ ଶରୀର ମଶାଣି ନିକଟରେ ପଡିଥିବାର ଦେଖିବାକୁ ପାଇଥିଲେ। ତାଙ୍କ ଦାଦା ବସନ୍ତ ସୁଦର୍ଶନଙ୍କୁ ପିଟି ପିଟି ମାରିଦେଇ ଥିବା ଜଣା ପଡ଼ିଥିଲା। ପରେ ଗ୍ରାମବାସୀ ବସନ୍ତଙ୍କୁ କାବୁ କରି ଏକ ଗଛରେ ବାନ୍ଧି ଦେଇଥିଲେ । ଏସମ୍ପର୍କରେ ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି ।


