8 Dec 2025, Mon

ରଙ୍ଗ ମିସ୍ତ୍ରୀ ଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ପୁରୀ  :  ପୁରୀ କାଠପୋଲ ନିକଟରେ ରଙ୍ଗ ମିସ୍ତ୍ରୀ ଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ରଙ୍ଗ ମିସ୍ତ୍ରୀ ଜଣକ ହେଉଛନ୍ତି ଚନ୍ଦନପୁର ଥାନା ତଳଜଙ୍ଗ ଗ୍ରାମର ଦିଲ୍ଲୀପ ପ୍ରଧାନ। ଦୁର୍ବୁତ୍ତଙ୍କ ଆକ୍ରମଣରେ ଦିଲ୍ଲୀପଙ୍କ ମୁଣ୍ଡ, କାନରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ମାନେ ଫେରାର ଥିବାବେଳେ ଘଟଣାକୁ ନେଇ ଚନ୍ଦନପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି।

ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀପ କାଠପୋଲ ନିକଟରେ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଗ୍ରାମର ପାଞ୍ଚଜଣ ଯୁବକ ତାଙ୍କୁ ଖଣ୍ଡା ଓ ଇଟାରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ଦୁର୍ବୁତ୍ତମାନେ ଦିଲ୍ଲୀପଙ୍କ ସୁନାଚେନ୍, ମୁଦି ଏବଂ ବ୍ରେସଲେଟ ଛଡାଇ ନେଇଛନ୍ତି। ସେପଟେ ଅଭିଯୁକ୍ତ ମାନେ ଗାଁ ରେ ଖୁଲମଖୁଲା ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି। ପାର୍ବଣ ସମୟରେ ପୁରୀରେ ଦୁର୍ବୁତ୍ତ ମାନଙ୍କ ଏଭଳି ଆକ୍ରମଣ ଘଟଣା ପୁରୀ ପୋଲିସର ଅପରେସନ ଚକ୍ର କୁ ଚାଲେଞ୍ଜ କରିଛି।

Leave a Reply

Your email address will not be published. Required fields are marked *