6 Dec 2025, Sat

ବେଆଇନ ନିଶା କଫ ସହିତ ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁରର ଚାରଭାଟି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ସମୟରେ ଜଣେ ଯୁବକଙ୍କୁ ବେଆଇନ ନିଶା କଫ ସିରପ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି। ବେଆଇନ ଭାବରେ ନିଶା ଦ୍ରବ୍ୟ ବିକ୍ରି କରୁଥିବା ଖବର ପାଇ ଅବକାରୀ ଦଳ ଚାରଭାଟି ଅଞ୍ଚଳରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବେଆଇନ ଭାବରେ ନିଶା କଫ ସିରପ ବିକ୍ରି ଅଭିଯୋଗରେ ମଣ୍ଟୁ ଓରାମ(୩୫) ନାମକ ଯୁବକଙ୍କ ଧରାଯାଇଥିଲା। ଯୁବକଙ୍କ ନିକଟରୁ ୧୨୦ ବୋତଲ ନିଶା କଫ ସହିତ ନଗଦ ୧୫ ହଜାର ୨ ଶହ ଟଙ୍କା ଜବତ ହୋଇଥିଲା। ଏଣୁ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ମଣ୍ଟୁଙ୍କୁ ଅଦାଲତକୁ ଚାଲାଣ କରିଛି ବୋଲି କହିଛି।

Leave a Reply

Your email address will not be published. Required fields are marked *