9 Mar 2026, Mon

ବିଚାରାଧୀନ ଫେରାର ବନ୍ଦୀ ସୁରେଶ ବାରଲା ର ମୃତ୍ୟୁ ଘଟଣା ରେ ମାନବିକ ଅଧିକାର କମିଶନ ରେ ମାମଲା

ରାଉରକେଲା :   ରାଉରକେଲା ସ୍ୱତନ୍ତ୍ର ଜେଲ ରୁ ସେପ୍ଟେମ୍ବର ୧୭ ରେ ଫେରାର ହୋଇଥିବା ବିଚାରାଧୀନ ବନ୍ଦୀ ସୁରେଶ ବାରଲା ର ମୃତଦେହ ସ୍ଥାନୀୟ ଦୁର୍ଗାପୁର ପାହାଡ଼ ରୁ ମିଳିବା ଘଟଣା କୁ ନେଇ ରେଢ଼ାଖୋଲ ର ସ୍ବେଛାସେବୀ ଅନୁଷ୍ଠାନ ଆଦ୍ୟାଶା ଫାଉଣ୍ଡେସନ ର ସଭାନେତ୍ରୀ ଶ୍ରୀମତୀ ରଶ୍ମିତା ରାଉତ ଙ୍କ ପକ୍ଷ ରୁ ଓଡିଶା ମାନବିକ ଅଧିକାର କମିଶନ ଙ୍କ ନିକଟ ରେ ଏକ ମାମଲା ସେପ୍ଟେମ୍ବର ୨୨ ତାରିଖ ଦାଖଲ କରା ଯାଇଥିଲା | ମାନ୍ୟବର କମିଶନ ଏହି ମାମଲା କୁ ବିଚାର ପାଇଁ କେଶ ନମ୍ବର ୩୬୬୨/୨୦୨୫ ରେ ଗ୍ରହଣ କରିଛନ୍ତି | ଏହାର ନିରପେକ୍ଷ ତଦନ୍ତ ସହ ଦାୟୀ ଅଧିକାରୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ସହ ମୃତକ ଙ୍କ ପରିବାର ଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଏହି ଆବେଦନ ରେ ପ୍ରାଥନା କରାଯାଇଛି |
ସୂଚନାଯୋଗ୍ୟ ଯେ ବିଚାରାଧୀନ କୈଦି ସୁରେଶ ବାରଲା ନିଜ ମା କୁ ଆକ୍ରମଣ ଅଭିଯୋଗ ରେ ରାଉରକେଲା ସ୍ୱତନ୍ତ୍ର ଜେଲ ରେ ଅଟକ ରଖାଯାଇଥଲା | ତେବେ ସେପ୍ଟେମ୍ବର ୧୭ ତାରିଖ ରେ ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଥିଲା ଓ ୭ ଦିନ ପରେ ସ୍ଥାନୀୟ ଦୁର୍ଗାପୁର ପାହାଡ଼ ରୁ ତାର ଗଳିତ ମୃତଦେହ ଜବତ କରାଯାଇଥିଲା |

Leave a Reply

Your email address will not be published. Required fields are marked *