7 Mar 2026, Sat

୮୪ ବର୍ଷ ବୟସରେ ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଆସରାନିଙ୍କ ପରଲୋକ

ଆଦ୍ୟାଶା ନିଉଜ ଡେସ୍କ: ଆସ୍ରାନି ଭାବରେ ପରିଚିତ ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଗୋବର୍ଦ୍ଧନ ଆସରାନିଙ୍କର ଗତକାଲି (ସୋମବାର) ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଓ ଚିକିତ୍ସିତ ହେଉଥିଲେ। ଆଶରାନିଙ୍କ ଭଣଜା ଅଶୋକ ଆସରାନି କହିଛନ୍ତି ଯେ ଅପରାହ୍ନ ୪ଟା ସମୟରେ ଅଭିନେତା ଗୋବର୍ଦ୍ଧନ ଆସରାନି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶୋଲେ ଚଳଚ୍ଚିତ୍ରରେ ଜେଲର ଭୂମିକା ପାଇଁ ସେ ଘରେ ଘରେ ପରିଚିତି ଲାଭ କରିଥିଲେ। ସେ ଭୁଲ ଭୁଲୈୟା, ଧମାଲ ଏବଂ ବଣ୍ଟି ଔର ବବଲି ୨ ଭଳି ହିଟ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

ମୂଳତଃ ରାଜସ୍ଥାନର ଜୟପୁରରୁ ଆସିଥିବା ଆସ୍ରାନି ଭାରତୀୟ ସିନେମାରେ ଏକ ଉଲ୍ଲେଖନୀୟ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେଣ୍ଟ ଜାଭିୟର୍ସ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସେ ହିନ୍ଦୀ ସିନେମାରେ, ବିଶେଷକରି କମେଡି ସିନେମାରେ ତାଙ୍କର ଗଭୀର ଅବଦାନ ଥିଲା।

Leave a Reply

Your email address will not be published. Required fields are marked *