ହାଟଡ଼ିହି : ଦୀପାବଳିରେ ଅଘଟଣ। ବାଣ ଫୁଟାଇବା ବେଳେ ନିଆଁ ଲାଗି ଜଳିଗଲା ୩ ବଖରା ଘର। ୫ ଗାଈ ଜୀବନ୍ତ ଦଗ୍ଧ। କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ବାଣ ନିଆଁରୁ ଆମ୍ବଗଡ଼ିଆ ଗାଁର କୋଦଣ୍ଡଧାର ପଣ୍ଡାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ୩ ବଖରା ଚାଳ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ୫ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଘରର ସମସ୍ତ ଆସବାବପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ହାଟଡ଼ିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରାତିରେ ଗାଁ ପିଲାମାନେ ବାଣ ଫୁଟାଉଥିବା ବେଳେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

