7 Mar 2026, Sat

ସାନାଏ ତାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଆଦ୍ୟାଶା ନିଉଜ ଡେସ୍କ : ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ଏହି ସମୟରେ ବିଦାୟୀ ଜାପାନୀ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ କ୍ୟାବିନେଟ ସହିତ ଇସ୍ତଫା ଦେଇଛନ୍ତି । ୬୪ବର୍ଷୀୟା ସାନାଏ ତାକାଇଚି ଜାପାନର ଇତିହାସରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି ।

Leave a Reply

Your email address will not be published. Required fields are marked *