ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ପ୍ରେସ କ୍ଲବ୍ ଠାରେ ରବିବାର ଦିନ ଓଡ଼ିଆ ସାମ୍ବାଦିକ ୟୁନିଅନ୍ (ଓୟୁଜେ), ରେଢ଼ାଖୋଲ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓୟୁଜେ ରେଢ଼ାଖୋଲ ଶାଖା ସଭାପତି ପ୍ରସନ୍ନ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ସମେତ ଅନ୍ୟ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସଭାରେ ଗଣମାଧ୍ୟମ ଓ ଡିଜିଟାଲ ଗଣମାଧ୍ୟମ ଶୀର୍ଷକ ପ୍ରସଙ୍ଗ ଉପରେ ସାମ୍ବାଦିକ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ପ୍ରେସ କ୍ଲବ୍ ପକ୍ଷରୁ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ବରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା। ଏଥିରେ ସଂଘର ସମ୍ପାଦକ ତପନ କୁମାର ବିଶ୍ବାଳ ବିବରଣୀ ପାଠ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ଉପଖଣ୍ଡ ସ୍ତରରେ ସାମ୍ବାଦିକ ମାନଙ୍କ ଖବର ପ୍ରସାରଣ ଜାତୀୟ ପ୍ରେସ ଦିବସର ମହତ୍ତ୍ଵ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ମାନେ ଆଲୋକପାତ କରିଥିଲେ। ଏହି ଜାତୀୟ ପ୍ରେସ ଦିବସରେ ବରିଷ୍ଠ ସାମ୍ବାଦିକ ଜୟନ୍ତ ଖଡିରତ୍ନ, ଶଙ୍କର ପୃଷ୍ଟି, ସୁଶାନ୍ତ ନାଗ, ଯଶୋବନ୍ତ ନାରାୟଣ ସାହୁ, ରଶ୍ମି ରଞ୍ଜନ ଖଡ଼ିରତ୍ନ, ଅନିଲ ପୃଷ୍ଟି, ସୁଧୀର ସୁନା, ଗଜାନନ ଭେଶରା, ମଦନ ବେହେରା ପ୍ରମୁଖ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଶେଷରେ ରେଢ଼ାଖୋଲ ଓୟୂଜେ ସମ୍ପାଦକ ସରୋଜ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


