ଆଦ୍ୟାଶା ନିଉଜ ଡେସ୍କ / ରେଢ଼ାଖୋଲ : ରେଢ଼ାଖୋଲ ଠାରେ ମର୍ମଦୃନ୍ତ ଦୁର୍ଘଟଣା ରେ ଜଣେ ମୃତ | ଆଜି ମଧ୍ୟାହ୍ନ ରେ ରେଢ଼ାଖୋଲ ଭୀମଭୋଇ ଛକ ଠାରେ ଏକ ଦୁର୍ଘଟଣା ଘଟିଯାଇଛି | ଏହି ଦୁର୍ଘଟଣା ରେ ବୈଷ୍ଣବୀ କ୍ରିୟାଯୋଗ ଆଶ୍ରମ ର ଜଣେ ବାବା ରଜନୀ ନାୟକ ଙ୍କର ମୃତ୍ୟୁ ଘଟାଇଥିବାର ଜଣାଯାଇଛି | ସ୍ଥାନୀୟ ଜନସାଧାରଣ ଙ୍କ ଦ୍ୱାରା ଗାଡି ମୋଟର ଅଟକ ରଖିଥିବାରୁ ସମ୍ବଲପୁର ରାସ୍ତା ବନ୍ଦ ହୋଇଯାଇଛି | ଏସ ଡି ପି ଓ ଶ୍ରୀ ପ୍ରଶାନ୍ତ ମେହେର ଙ୍କ ନେତୃତ୍ୱ ରେ ପୋଲିସ ଉତେଜିତ ଜନସଧାରଣ ଙ୍କୁ ବୁଝାସୁଝା କରୁଛନ୍ତି |

ରେଢ଼ାଖୋଲ ବ୍ଲକ ଅଧକ୍ଷ ଶ୍ରୀ ପ୍ରଦୀପ ପ୍ରଧାନ ,ଏନ ଏ ସି ଅଧ୍ୟକ୍ଷ ଶ୍ରୀ ଶିବରାମ ସାହୁ ଙ୍କ ସମେତ ବହୁ ବୁଦ୍ଧିଜୀବି ମଧ୍ୟ ଘଟଣାସ୍ଥଳ ରେ ଉପସ୍ଥିତ ଅଛନ୍ତି |

