7 Mar 2026, Sat

ରେଢ଼ାଖୋଲ ଭୀମଭୋଇ ଛକ ନିକଟରେ ଦଶ ଚକିଆ ଟ୍ରକ ଧକ୍କା ରେ ସାଇକେଲ ଆରୋହୀ ଗୁରୁତର

                        ବିଶୃଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ପୋଲିସ ଓ ପ୍ରଶାସନ ଦାୟୀ 

 

ରେଢ଼ାଖୋଲ : ଶୂନ୍ୟ ସହନଶୀଳତା ପକ୍ଷ ପାଳନ ସମୟ ରେ ରେଢ଼ାଖୋଲ ରେ ୨ ଦିନ ରେ ୨ ଟି ଦୁଘଟଣା ରେ ଜଣକ ର ମୃତ୍ୟୁ ଓ ଆଉ ଜଣେ ଗୁରୁତର ଆହତ ହେବା ଅଂଚଳବାସି ଙ୍କୁ ଉତ୍ତେଜିତ କରିଛି | ଗତକାଲି ଡାକ୍ତରଖାନା ଛକ ନିକଟରେ ପାଉଁଶ ବୋଝେଇ ହାଇବା ଧକ୍କା ରେ ଜଣେ ବାବା ଙ୍କ ମୃତ୍ୟୁ ହୋଇଥିବା ଘଟଣା ମନ ରୁ ନ ଲିଭୁଣୁ ଆଜି ସକାଳେ ପୁଣି ଭୀମଭୋଇ ଛକ ନିକଟରେ ଏକ ଦଶ ଚକିଆ ଟ୍ରକ ଧକ୍କା ରେ ଜଣେ ସାଇକେଲ ଆରୋହୀ  ଗୁରୁତର ହେଇଥିବାର ଜଣାପଡିଛି |

ଗୁରୁତର ଆହତ ସାଇକେଲ ଆରୋହୀ ଜଣକ ଡ଼ିମିରିକୁଦା ଗ୍ରାମର ସୁବାଷ ଖିଲାରୀ (୬୦ ବର୍ଷ) ଓ ତାଙ୍କ ର ଗୋଡ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ଥିବାର ଜଣାପଡିଛି |ସୁବାଷ ଖିଲାରୀ ଏକ ସାଇକେଲରେ ସହରର କଇଥ ସାହି ପଟରୁ ଭୀମ ଭୋଇ ଛକ ଆଡକୁ ଆସୁଥିଲେ। ଏତିକିବେଳେ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।    ୨ ଦିନ ରେ ୨ ଦୁର୍ଘଟଣା ସମାନ ରାସ୍ତା ହୋଇଥିବାରୁ ଆଜି ପୁଣି ଉତ୍ତେଜନା ଦେଖାଦେଇଛି | ସ୍ଥାନୀୟ ଲୋକ ବିଶୃଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ପୋଲିସ ଓ ପ୍ରଶାସନ କୁ ଦାୟୀ କରିଛନ୍ତି |

 

Leave a Reply

Your email address will not be published. Required fields are marked *