ଆଦ୍ୟାଶା ନିଉଜ ଡେସ୍କ : ଦୁବାଇ ଏୟାର ଶୋ’ରେ ଏକ ବଡ଼ ଅଘଟଣ ଘଟିଛି । ସେଠାରେ ଚାଲିଥିବା ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଛନ୍ତି ।

ଚିନ୍ତାଜନକ କଥା ହେଉଛି ପାଇଲଟ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଭିଡିଓରେ ମଧ୍ୟ ପାଇଲଟ ବାହାରି ଆସିଥିବା ଦେଖାଯାଉନଥିଲା । ଏଣୁ ସେ ମୃତ୍ୟୁବରଣ କରିଥିବା ସଂଦେହ କରାଯାଉଥିଲା । ଏବେ ତାହା ସ୍ପଷ୍ଟ ହୋଇଛି ।

