7 Mar 2026, Sat

ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀଗଡ଼ ରେ କୁଶଳୀ ଭାରତ କୌଶଳ ଭାରତ କାର୍ଯ୍ୟକ୍ରମ

 

ରେଢ଼ାଖୋଲ  : ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀ ଗଡ଼ ଠାରେ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଙ୍କ ଅଧ୍ୟକ୍ଷତା ରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଆଠମଲ୍ଲିକ ର ତତ୍ତ୍ଵାବଧାନରେ କୁଶଳୀ ଭାରତ କୌଶଳ ଭାରତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଆଠମଲ୍ଲିକ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ପ୍ରଶିକ୍ଷକ ନିକୁଞ୍ଜ ବିହାରୀ ଦାସ , ପ୍ରଶିକ୍ଷକ ରାଜେଶ କୁମାର ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇ କେମିତି ଆତ୍ମ ନିର୍ଭରଶୀଳ ହେଇ ଅନ୍ୟ ମାନଙ୍କୁ ରୋଜଗାର ଦେଇ ପାରିବେ ମାର୍ଗ ଦର୍ଶନ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୬୦ ଜଣ ଛାତ୍ର ଛାତ୍ରୀ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ।
କଲେଜ୍ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *