ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା କଲେଜ ଛାତ୍ରୀଙ୍କର ଗତକାଲି ରାତି ପ୍ରାୟ ଗୋଟାଏ ମୃତ୍ୟୁ ହୋଇଯାଇଛି l ତାଙ୍କ ଶବକୁ ମର୍ଗ ହାଉସରେ ରଖା ଯାଇଛି l ଶବ ବ୍ୟବଚ୍ଛେଦ ପରେ ଆଜି ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି l ଛାତ୍ରୀ ଙ୍କ ମୃତ୍ୟୁ ନେଇ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳି ଯାଇଛି l

ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଓ ଆଇଜିଏଚ୍ର ନିର୍ଦେଶକ ଡାକ୍ତର ଜୟନ୍ତ କୁମାର ଆଚାର୍ଯ୍ୟଙ୍କ ସହ ଆଇଜିଏଚ୍ରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ପାଖକୁ ଯାଇଥିଲେ। ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସର ନିର୍ଦେଶକ ଓ ଡାକ୍ତରୀ ଟିମ୍ଙ୍କ ସହ ଆଲୋଚନା କରିଥିଲେ। ପରେ ଛାତ୍ରୀଙ୍କ ମା’ ଓ ତାଙ୍କ ପରିବାରକୁ ସଦସ୍ୟଙ୍କୁ ଭେଟି ଆଶ୍ବାସନା ଦେଇଥିଲେ।