7 Mar 2026, Sat

ସଡକ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକା ଶିଲା ପଟ୍ଟନାୟକ। ଙ୍କ ଜୀବନ

ଭୁବନେଶ୍ବର :ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଜମାଲପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍‌ । ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ଅଛନ୍ତି ସାମ୍ବାଦିକା ଶୀଲା ପଟ୍ଟନାୟକ । ଶୀଲା ଓ ଅନ୍ୟ ଜଣେ ମହିଳା ସ୍କୁଟିରେ ଯାଉଥିବା ବେଳେ, ପିପିଲି ମଙ୍ଗଳପୁର ଜମାଲପୁର ଛକରେ NHରେ ପଡ଼ିଥିବା ବାଲିରେ ତାଙ୍କ ସ୍କୁଟି ସ୍ଲିପ୍‌ କରିଥିଲା । ଦୁହେଁ ଗାଡ଼ିରୁ ପଡ଼ିଯିବା ପରେ ପଛପଟୁ ଆସୁଥିବା ଏକ ବସ୍‌ ତାଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଡାକ୍ତରଖାନାରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁସାରେ, ମହିଳା ସାମ୍ବାଦିକ ଏକ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହା ଏତେ ଗୁରୁତର ଥିଲା ଯେ, ସ୍କୁଟିଟି ପ୍ରାୟ ୨୦ ମିଟର ଘୋଷାଡ଼ି ହୋଇଯାଇଥିଲା । ଫଳସ୍ୱରୂପ, ଶୀଲାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପିପିଲି ପୋଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *