20 Jan 2026, Tue

ଆଦ୍ୟାଶା ମ୍ୟୁଜିକ ପକ୍ଷ ରୁ ମୁକ୍ତିଲାଭ କଲା ସିରିଡ଼ି ସାଇ ହିନ୍ଦୀ ଭଜନ

ରେଢ଼ାଖୋଲ : ଆଦ୍ୟାଶା ମ୍ୟୁଜିକ ପକ୍ଷ ରୁ ନିର୍ମିତ ସିରିଡ଼ି ସାଇ ହିନ୍ଦୀ ଭଜନ କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି ରେଢ଼ାଖୋଲ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ ଓ ରେଢ଼ାଖୋଲ ପ୍ରେସ କ୍ଳବ ର ସଭାପତି ଶ୍ରୀଯୁକ୍ତ ଶଙ୍କର ପୃଷ୍ଟି ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ପ୍ରେସ କ୍ଳବ ର ସମ୍ପାଦକ ଶ୍ରୀଯୁକ୍ତ ତପନ ବିଶ୍ୱାଳ ,ସାମ୍ବାଦିକ ଶ୍ରୀଯୁକ୍ତ ସୁଶାନ୍ତ ନାଗ । ସମସ୍ତ ଅତିଥି ମାନେ ଏହି ଭଜନ ର ପରିବେଷଣ ଶୈଳୀ କୁ ଭକ୍ତିପ୍ରବଣ ଓ ସ୍ୱାଗତଯୋଗ୍ୟ ବୋଲି ପ୍ରକାଶ କରିଥିଲେ । ଆଦ୍ୟାଶା ମ୍ୟୁଜିକ ର ପ୍ରଯୋଜିକା ଶ୍ରୀମତୀ ରଶ୍ମିତା ରାଉତ ଏହି ଭଜନ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ । ଏହି ଭଜନ ଟିକୁ ଶ୍ରୀ ସରୋଜ କୁମାର ରାଉତ ରଚନା ଓ ନିର୍ଦେଶନା ଦେଇଥିଲା ବେଳେ ଗାଇଛନ୍ତି ଏସ . କୁମାର ଟିମ ।

Leave a Reply

Your email address will not be published. Required fields are marked *