3 Mar 2026, Tue

ଆଉ ନାହାନ୍ତି ସ୍ବନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ୍‌ ମଜୁମ୍‌ଦାର୍‌

ଭୁବନେଶ୍ବର: ଆଉନାହାନ୍ତି ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର୍‌। ଭୁବନେଶ୍ବର ଏମ୍ସ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ସକାଳ ୯ଟା ୨ ମିନିଟ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସେପ୍ଟେମ୍ବରରୁ ଚିକିତ୍ସିତ ହେଉଥିଲେ ଅଭିଜିତ। ପ୍ରଥମେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସି ହେଉଥିଲେ, ମାତ୍ର ପରେ ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଏମ୍ସରେ ଭର୍ତ୍ତି ହେବା ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା । ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଥିଲା । ଏବଂ ଅଭିଜିତ ମଜୁମଦାରଙ୍କ ସାଥିରେ ଆସିଥିବା ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ ସୂଚନା ଦେଇ କହିଥିଲେ ଯେ- ଅଭିଜିତ ଗୁରୁତର ଥିଲେ । କିନ୍ତୁ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲା।

ଗତବର୍ଷ ଅକ୍ଟୋବର ୨୩ରେ ଅଭିଜିତ୍‌ଙ୍କର ବ୍ରେନ ଏମଆରଆଇ କରାଯାଇଥିଲା । ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସିତ ହେଉଥିଲେ । କିଛିଦିନ ହେବ ତାଙ୍କୁ ବ୍ରେନ ଡେଡ୍‌ ଘୋଷଣା କରାଯାଇଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା । ଯାହାକୁ ଖଣ୍ଡନ ଏମ୍ସ ଖଣ୍ଡନ କରିଥିଲା କିନ୍ତୁ ଆଜି ଅଭିଜିତ୍‌ଙ୍କର   ଦେହାନ୍ତ ହୋଇଛି ।

                          ଆଦ୍ୟାଶା ମ୍ୟୁଜିକ ପକ୍ଷ ରୁ ଗଭୀର ଶୋକ ପ୍ରକାଶ କରାଯାଇଛି

Leave a Reply

Your email address will not be published. Required fields are marked *