ରେଢ଼ାଖୋଲ : ଆଦ୍ୟାଶା ମ୍ୟୁଜିକ ପକ୍ଷ ରୁ ଭୀମ ଭୋଇ ଲୋକ ମହୋତ୍ସଵ ଉପରେ ହିନ୍ଦୀ ଗୀତ ” ଭୀମ ଭୋଇ ଲୋକ ମହୋତ୍ସଵ – ରେଢ଼ାଖୋଲ କି ସାନ “ କୁ ଆନୁଷ୍ଠାନିକ ଭାବେ ଆଜି ରେଢ଼ାଖୋଲ ଉପ – ଜିଲ୍ଲାପାଳ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ମହନ୍ତ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ । ସ୍ଥାନୀୟ ଉପ – ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଲୋକାର୍ପଣ କରି ଭୀମ ଭୋଇ ଲୋକ ମହୋତ୍ସଵ ଉପରେ ଏହି ଗୀତ ଟିକୁ କରିଥିବାରୁ ପ୍ରଯୋଜନା ସଂସ୍ଥା କୁ ଧନ୍ୟବାଦ ଦେଇ ଥିବେଳେ ଗୀତ ଟି ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି ବୋଲି ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ରେଢ଼ାଖୋଲ ଏନ. ଏ . ସି. ଅଧକ୍ଷ ଶ୍ରୀଯୁକ୍ତ ଶିବରାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଦ୍ୟାଶା ମ୍ୟୁଜିକ ର ପ୍ରଯୋଜିକା ଶ୍ରୀମତୀ ରଶ୍ମିତା ରାଉତ , ଗୀତ ରଚନା ଓ ନିର୍ଦେଶନା ଦେଇ ଥିବା ଶ୍ରୀ ସରୋଜ କୁମାର ରାଉତ ଙ୍କୁ ଅଭିନନ୍ଦନ ସହ ଧନ୍ୟବାଦ ଦେଇଥିଲେ ।

