19 May 2026, Tue

ଭୁବନେଶ୍ୱରରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୩ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର : ଭୋର ରାତି ସମୟରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ ଆଉ ଜଳିଗଲେ ୩ ଜଣ | ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଭୋର ୩.୩୦ ସମୟରେ ଲାଗିଥିଲା ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା |

ଆଉ ଏହି ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ଜଣେ ସୁରକ୍ଷାକର୍ମୀ ଓ ମହିଳା କେୟାର ଟେକରଙ୍କର ମୃତ୍ୟୁ ହୋଇଯାଇଥିଲା | ଗୁରୁତର ଅବସ୍ଥାରେ ଜଣେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଯାଇଛି |

Leave a Reply

Your email address will not be published. Required fields are marked *