25 May 2026, Mon

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ; ଯୁବକ ଗୁରୁତର

ପାଟଣା : ଗତ କାଲି ସନ୍ଧ୍ୟା ୭ଟା ସମୟରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅସନବାହାଳି ଗ୍ରାମକୁ ପଲ୍ସର୍ ବାଇକ୍ ଯୋଗେ ଫେରୁଥିବା ହରିହର ମୁଣ୍ଡା ନାମକ ଜଣେ ଯୁବକଙ୍କ ବାଇକ୍ ରଘୁବେଡା ଡ୍ୟାମ ନିକଟରେ ଦୁର୍ଘଟଣା ହୋଇଛି।

ଦୁର୍ଘଟଣାରେ ହରିହରଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି। ସେ ଡୁମୁରିଆ ପଞ୍ଚାୟତ ଅଞ୍ଚଳ ବଣମହୁଲିଡିହା ଗ୍ରାମକୁ ଯାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *