8 Sep 2026, Tue

ଅରିନ୍ଦମଙ୍କ ମନ୍ତବ୍ୟକୁ ନେଇ ତାତିଲେ ସାମ୍ବାଦିକ

କଟକ : ଅରିନ୍ଦମଙ୍କ ବିରୋଧରେ ତାତିଲେ ସାମ୍ବାଦିକ। ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ ଅରିନ୍ଦମ ରାୟ ଓ ଅଭୟ ବାରିକଙ୍କ ଦବଙ୍ଗଗିରୀ ଘଟଣାର ଭିଡିଓ ଭାଇରାଲ ହେବା ପରେ ଅରିନ୍ଦମ ସାମ୍ବାଦିକ ମାନଙ୍କୁ ଅତି କଦର୍ଯ୍ୟ ଭାଷାରେ ଫେସବୁକରେ ମନ୍ତବ୍ୟ ଦେଇଥିଲେ। ଏହି ଭିଡିଓ ଭାଇରାଲ ପରେ ଏହା ବୁଦ୍ଧିଯିବୀଙ୍କ ମହଲରେ ନିନ୍ଦାର ବିଷୟ ପାଲଟିଛି lନିଜର ଅସଫଳତା କୁ ନେଇ ନିଜ ର ଭାଷା ଜ୍ଞାନ ଜଳାଞ୍ଜଳି ଦେଇ ଏବିଡ଼ିଓ ଙ୍କୁ ଧମାକାଇବା ସହ ନିଜ ଦ୍ୱାରା ରଚିତ ଏକ ଭିଡିଓ ରେ ସମସ୍ତ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ,ସେମାନେ ନିୟୁଜ କରି ଦି ଅଣା ଚାରଣା ରୋଜଗାର କରୁଛନ୍ତି ଓ ଘର କୁ ସାମ୍ବାଦିକ ମାନେ ଚାଉଳ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି l ଯାହାକୁ ନେଇ ଟାଙ୍ଗୀ ଚୌଦ୍ୱାର ର ସାମ୍ବାଦିକ ମାନେ ଏକାଠି ହୋଇ ଅରିନ୍ଦମ ନାଁ ରେ ଏକ ଲିଖିତ ଅଭିଯୋଗ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମତ ରଖିଛନ୍ତି l

Leave a Reply

Your email address will not be published. Required fields are marked *