26 May 2026, Tue

ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ବାପପୁଅଙ୍କ ସମେତ ୬ ମୃତ

 ଭବାନୀପାଟଣା : ମ.ରାମପୁରରେ ଅଘଟଣ। ପାଇଖାନା ଟାଙ୍କି ଛାତ ସେଣ୍ଟ୍ରିଂ ଖୋଲିବାକୁ ଯାଇ ଅଣନିଃଶ୍ୱାସୀ ହୋଇ ୬ ମୃତ, ୧ ଗୁରୁତର।ଅଞ୍ଚଳରେ ଶୋକର ଛାୟା। କଳାହାଣ୍ଡି ଜିଲ୍ଲା ମଦନପୁର ଥାନା ଗୌଡ଼ କର୍ଲା ଖୁଣ୍ଟା ଗାଁରେ ଅଭାବନୀୟ ଘଟଣା। ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ। ମୃତକମାନଙ୍କ ମଧ୍ୟରେ ବାପପୁଅ ଥିବା ଜଣାଯାଇଛି।

ଅପରପକ୍ଷରେ ଗୁରୁତର ଥିବା ଶ୍ରମିକଙ୍କୁ ପ୍ରଥମେ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି।

୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରଠାରେ ନିର୍ମାଣାଧୀନ ସ୍ଥାନରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *