26 May 2026, Tue

ଗଞ୍ଜେଇ ଚାଲାଣ ବେଳେ ବନ୍ଧୁକ ଓ ଗୁଳି ଜବତ, ଜଣେ ଗିରଫ

 

ରେଢ଼ାଖୋଲ କାର୍ଯ୍ୟାଳୟ : ସମ୍ବଲପୁର ଜିଲ୍ଲାରେ ପୁଣିଥରେ ଗାଞ୍ଜେଇ ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି। ଗୁପ୍ତ ସୂଚନା ପାଇ ସମ୍ବଲପୁର ପୁଲିସ ଏକ ବିଶେଷ ଚଢ଼ାଉ କରି ଗଞ୍ଜେଇ ଚାଲାଣ କରୁଥିବା ଏକ ଗୋଷ୍ଠୀ କୁ ଧରିବାରେ ସଫଳ ହୋଇଛି। ଚଢ଼ାଉ ସମୟରେ ପୁଲିସ ବହୁ ପରିମାଣର ଗଞ୍ଜେଇ, ଏକ ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ଦୀର୍ଘଦିନ ଧରି ସମ୍ବଲପୁର ଓ ଆଖପାଖ ଅଞ୍ଚଳରେ ଗଞ୍ଜେଇ ଚାଲାଣ କରୁଥିବା ଏକ ଗୋଷ୍ଠୀ ସକ୍ରିୟ ରହିଥିଲା। ଏହି ଗୋଷ୍ଠୀ ଜଙ୍ଗଲିଆ ରାସ୍ତା ଦେଇ ରାତି ସମୟରେ ଚୋରା ଚାଲାଣ କରୁଥିବା ଖବର ପୁଲିସ ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଯାଞ୍ଚ କଡ଼ା କରାଯାଇଥିଲା।

ଚଢ଼ାଉ ବେଳେ ସନ୍ଦେହଜନକ ଗାଡ଼ିକୁ ଅଟକାଇ ତଲାଶି କରାଯାଇଥିଲା। ଗାଡ଼ି ଭିତରୁ ବହୁ ପରିମାଣର ଗଞ୍ଜେଇ ଜବତ ହୋଇଥିଲା। ସେଥିସହ ଅଭିଯୁକ୍ତଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ କିଛି ଜୀବନ୍ତ ଗୁଳି ମଧ୍ୟ ମିଳିଥିଲା। ପୁଲିସ ତୁରନ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲା।

ଗିରଫ ଅଭିଯୁକ୍ତ ଦୀର୍ଘଦିନ ଧରି ଏହି ଅବୈଧ କାରବାର ସହ ଜଡିତ ଥିବା ପୁଲିସ ସନ୍ଦେହ କରୁଛି। ଘଟଣାସ୍ଥଳରୁ ଗାଡ଼ି, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହି ଗୋଷ୍ଠୀ ରେ ଆଉ କିଛି ଲୋକ ଜଡିତ ଥିବା ସନ୍ଦେହ କରାଯାଉଥିବାରୁ ପୁଲିସ ତଦନ୍ତକୁ ଆହୁରି ଜୋରଦାର କରିଛି।

ପୁଲିସ କହିଛି ଯେ, ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଆଗାମୀ ଦିନରେ ଏଭଳି ଚଢ଼ାଉ ଆହୁରି କଡ଼ା କରାଯିବ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଓ ଆର୍ମସ ଆକ୍ଟ ଅନୁଯାଇ ମାମଲା ରୁଜୁ ହୋଇଛି। ଫେରାର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *