14 Aug 2026, Fri

ଭଦ୍ରକର ୧୬ ନମ୍ୱର ଜାତୀୟ ରାଜପଥର ମହତାବ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

ଭଦ୍ରକ: ଭଦ୍ରକର ୧୬ ନମ୍ୱର ଜାତୀୟ ରାଜପଥର ମହତାବ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେକେ ଦୁଇ ଜଣ ଗୁରୁତ୍ୱର ଭଦ୍ରକ ମେଡିକାଲରେ ଭର୍ତ୍ତ ହୋଇଛନ୍ତି।

ତେବେ କାର ଗାଡ଼ିଟି ବାଲେଶ୍ୱର ନଂ ରହିଥିବାରୁ, ସେମାନେ ବାଲେଶ୍ୱର ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ଘଟଣାସ୍ଥଳରେ ଟାଉନ ପୁଲିସ, ସ୍ଥାନୀୟ ଲୋକମାନେ ଓ ଦମକଳ ବାହିନୀ ପହଞ୍ଚି ଆହତ ଲୋକମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଭଦ୍ରକ ମେଡିକାଲକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ। ଅନ୍ୟପଟେ ଏହି ଦୁର୍ଘଟଣା ହେବା ଫଳରେ ଶହ ଶହ ଗାଡ଼ି ଜାତୀୟ ରାଜପଥରେ ଅଟକି ରହିଛି।

Leave a Reply

Your email address will not be published. Required fields are marked *