ଭୁବନେଶ୍ବର: ପାଠ୍ୟପୁସ୍ତକରେପୂର୍ବତନ ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ। ତାଙ୍କୁ କିଛି ସମୟ ପରେ କ୍ରାଇମବ୍ରାଞ୍ଚ ବିଧିବଦ୍ଧ ଭାବେ ଗିରଫ କରିପାରେ ବୋଲି କୁହାଯାଉଛି। ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଅନିୟମିତତା ଅଭିଯୋଗର ତଦନ୍ତକୁ କ୍ରାଇମବ୍ରାଞ୍ଚ ଆହୁରି ତ୍ୱରାନ୍ୱିତ କରିଛି । ଏହି କ୍ରମରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରାଉଚରା କରୁଛି। ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା କଥିତ ଅନିୟମିତତାକୁ ନେଇ ତାଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଉଛି ।
ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚର ଡିଏସପିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏହି ମାମଲାର ଖୋଳତାଡ଼ କରୁଛି ।
ପାଠ୍ୟପୁସ୍ତକ ତ୍ରୁଟି ମାମଲା ରେ ପୂର୍ବତନ ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ

