15 Sep 2026, Tue

ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ

. ନୂଆଦିଲ୍ଲୀ   ; ଏଠାକାର ବିକାଶ ପୁରୀ ଠାରେ ୨୬ତମ ବାର୍ଷିକ ଗଣେଶ ମହୋତ୍ସବ ମହା ସମାରୋହରେ ଆୟୋଜନ କରାଯାଇଛି । ଗଜାନନଙ୍କ ପୂଜା ଉପଲକ୍ଷେ ଆରାଧନା ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ ସୁନ୍ଦର ଭାବରେ ସଜ୍ଜା ଯାଇଥିବାର ଦେଖାଯାଇଥିଲା । ଅପରାହ୍ନରେ ମଙ୍ଗଳ ମୁର୍ତ୍ତିଙ୍କର ପ୍ରତିଷ୍ଠା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ ଦ୍ବାରା ସମ୍ପନ୍ନ କରାଯାଇଥିଲା । ଦିନ ଅଢ଼େଇ ଟା ସମୟରେ ଶତାଧିକ ଓଡିଆ ଓ ଅଣଓଡ଼ିଆ ଭକ୍ତଗଣ ବୁଦ୍ଧିଦାତାଙ୍କର କରକମଳରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଚଳିତ ବର୍ଷର ବିନାୟକ ଚତୁର୍ଥୀ ମହୋତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଓ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ବିକାଶ ପୁରୀ ଠାରେ
ଆୟୋଜନ କରାଯାଉଥିବା ବାର୍ଷିକ ଗଣେଶ ପୂଜା ବର୍ତ୍ତମାନ ଏକ ଗଣପର୍ବର ସ୍ବରୁପ ଧାରଣ କରିଥିବାରୁ, ଆୟୋଜକ ଶ୍ରୀଗଣେଶ ପୂଜା କମିଟିକୁ ଏଥିପାଇଁ ସାଧୁବାଦ ଜଣାଇ, ଏହି ମହାନ ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ଯରେ ଡକ୍ଟର ଦେବେନ୍ଦ୍ର ମାଝୀ,ଆର୍ଯ୍ୟା ହସ୍ପିଟାଲର ଅଧ୍ୟକ୍ଷ ଡଃ ମନିସ୍ ସିଂହ, କଳିଙ୍ଗ ବୀର ସେବା ସଂଘର ସଭାପତି ମନୋଜ ସାହୁ ,ଜୀବନଜ୍ବୋତି ଡାକ୍ତର ଖାନାର ମୁଖ୍ଯ ଡାକ୍ତର ବିନାୟକ ପ୍ରସାଦ ସୋ ଆ ର ଓ ଏସ୍ ଡି ପ୍ରିତମ ନାୟକ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ସାମିଲ୍ ହୋଇ ଏହି ଉତ୍ସବ ଆୟୋଜନର ଭୁରି ଭୁରି ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ
ସଙ୍ଗଠନର ସଦସ୍ୟ ସ୍ୱର୍ଗତଃ ସୁରେଶ ରାଉତ ଏବଂ ଓଡିଆ ସଙ୍ଗୀତ ଜଗତର ବାଦଶାହ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ॥
ଏହି ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସଂଧ୍ୟାର ପ୍ରସ୍ତୁତି ଗୁଡିକ ମଧ୍ୟରେ ପ୍ରତିଷ୍ଠାତା ସନ୍ତୋଷ ରାଉତଙ୍କର ତତ୍ତ୍ୱାବଧାନରେ ସୁର ମହ୍ଲାର ଗୃପ ଦ୍ବାରା ପରିବେଷିତ ଲୋକ ଓ ଲଘୁସଙ୍ଗୀତ ଏବଂ ନୃତ୍ୟମ୍ ଗୃପ୍‌ ଦ୍ବାରା ପ୍ରସ୍ତୁତ ଓଡିଶୀ ଏବଂ ସମ୍ବଲପୁରୀ ନୃତ୍ଯ ଅତ୍ୟନ୍ତ ମନୋରଂଜକ ଥିଲା । ପ୍ରାଚୀ, ବର୍ଷା ଏବଂ ପ୍ରଜ୍ଞା ପରିମିତାଙ୍କ ଦ୍ବାରା ପ୍ରସ୍ତୁତ ନୃତ‍୍ୟ ଦର୍ଶକ ମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉଦଘୋଷିକା ଧରିତ୍ରୀ ବେଶ ସୁଚାରୁ ରୁପେ ସଂଚାଳନା କରିଥିଲେ । ଉପସ୍ଥିତ ମାନ୍ଯଗଣ୍ଯ ବ୍ଯକ୍ତିମାନଙ୍କ ମଧ୍ଯରେ ଟେନିସ ତାରକା ଦିଲ୍ଲୀପ ମହାନ୍ତି,ଡ଼ଃ ରଜନୀ ରଂଜନ ମହାନ୍ତି, ଅନୀଲ ଜେନା,ସୁରେନ୍ଦ୍ର ମାଣିକ, ସୁଧାଂଶୁ ସାହୁ,ସନ୍ତୋଷ ରାଉତ, ରଞ୍ଜିତା ଦାସ,ମନୋଜ ଦାସ ଓ ସୁନାକର ରାଉଳ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ସମଗ୍ର ମହୋତ୍ସବକୁ ସକ୍ଷମତାର ସହିତ ଆୟୋଜନ କରିବାରେ ଶ୍ରୀଗଣେଶ ପୂଜା କମିଟିର ପ୍ରତିଷ୍ଠାତା ସଭାପତି ବିମଳ ଭଳ ଏବଂ ତାଙ୍କର ସହଧର୍ମିଣୀ ପୁଷ୍ପାଞ୍ଜଳି ବାରିକ ମୁଖ୍ଯ ଭୂମିକା ନିର୍ବାହ କରିଥିଲେ। ଶ୍ରାଗଣେଶ ଉତ୍ସବ ପରିଚାଳନା କରିବାରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିବା ପୂଜା କମିଟିର ଅନ୍ଯାନ୍ଯ ପ୍ରମୁଖ ସଦସ୍ୟମାନଙ୍କ ମଧ୍ଯରେ ଅଜୟ ସାହୁ,ଅଜିତ ସ୍ବାଇଁ, ଅଜିତ ବିଶ୍ବାଳ, ଅନୁପ ସ୍ବାଇଁ,ବଙ୍କିମ ପରିଡ଼ା,ବିଧାନ ପରିଡ଼ା, ବିକ୍ରମ ଭୂୟାଁ, ଧନେଶ୍ୱର ପରିଡା, ଗଗନ ସାମଲ, ଗଙ୍ଗାଧର ସାମଲ, ଘନଶ୍ୟାମ ମହାନ୍ତି,ଜୀବନ ନାୟକ, କିରଣ ଧଳ,କିଶୋର ରାୟ,ମନୋଜ ଜେନା, ମନୋଜ ବିଶ୍ବାଳ, ନାରାୟଣ ବିଶ୍ବାଳ, ପ୍ରସନ୍ନ ସ୍ବାଇଁ, ନିହାର ମହାନ୍ତି, ନିରଞ୍ଜନ ପରିଡ଼ା, ନିଶିକାନ୍ତ ମଣ୍ଡଳ, ପ୍ରବୀର ମଲ୍ଲ, ପ୍ରଦୀପ ସ୍ବାଇଁ, ପ୍ରଦୀପ ନାୟକ, ପ୍ରଦ୍ୟୁମ୍ନ ପ୍ରଧାନ, ପ୍ରକାଶ ସାହୁ, ରାଜକିଶୋର ସାହୁ, ଶ୍ରୀ ରାହୁଲ୍, ରମେଶ ସାହୁ ,ରମେଶ ରାଉତ, ରଞ୍ଜନ ଧଳ, ରଞ୍ଜିତ ପ୍ରଧାନ, ରବୀନ୍ଦ୍ର ସୁତାର, ରବୀନ୍ଦ୍ର ଜେନା,ସନାତନ ରାଉତ, ସଞ୍ଜୟ ରାଉତ, ଶଶିକାନ୍ତ ସାମଲ, ସରୋଜ ବିଶ୍ବାଳ, ସତ୍ୟବାନ ଭୁୟାଁ, ଶିଶିର ପ୍ରଧାନ, ଶ୍ରୀଧର ସ୍ବାଇଁ,ସୁଦାମ ନାୟକ, ସୁନାକର ସାମଲ, ସୁରେଶ ନାୟକ, ସ୍ବରୂପ ସ୍ବାଇଁ,ତ୍ରିଲୋଚନ ବାରିକ, ଉମେଶ ସାହୁ, ଶ୍ରୀ ବିଶାଲ,ଖୋକନ ସାହୁ,ସୁନିଲ ୟାଦବ ,ସୋମନାଥ ପ୍ରଧାନ ଏବଂ କେଦାର ବେହୁରା ପ୍ରମୁଖ ଅନ୍ଯତମ ଥିଲେ। ପୁଷ୍ପାଞ୍ଜଳି ବାରିକ ପ୍ରାରମ୍ଭରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ବିମଳ ଭଳ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *