ରେଢ଼ାଖୋଲ, : ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲର ନୂଆ ଉପଜିଲ୍ଲାପାଳ ଭାବେ ୨୦୨୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ପବନ କୁମାର ଦାୟିତ୍ୱ ଗ୍ରହଣ କରିଛନ୍ତି।
ପୂର୍ବତନ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତଙ୍କ ଭୁବନେଶ୍ୱରକୁ ବଦଳି ପରେ ପବନ କୁମାର ରେଢ଼ାଖୋଲର ନୂଆ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଛନ୍ତି।
ଦାୟିତ୍ୱ ଗ୍ରହଣ ପରେ ପବନ କୁମାର କହିଛନ୍ତି ଯେ, ରେଢ଼ାଖୋଲ ଅଞ୍ଚଳବାସୀଙ୍କ ମୌଳିକ ଆବଶ୍ୟକତା ଓ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ। ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଏଥିସହ ରେଢ଼ାଖୋଲ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବା ସହ ସରକାରୀ ଯୋଜନା ଓ ବିକାଶ ପ୍ରକଳ୍ପଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ନୂଆ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ ପରେ ରେଢ଼ାଖୋଲ ଉପଖଣ୍ଡର ପ୍ରଶାସନିକ କାର୍ଯ୍ୟକଳାପ ଓ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ଆଗାମୀ ଦିନରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି।

