22 Oct 2026, Thu

ଏମ୍‌ଏମ୍‌ଡିଆର୍‌ ବିଲ୍‌ ବିରୋଧରେ ସମ୍ବଲପୁରରେ କଂଗ୍ରେସର ବନ୍ଦ ପାଳନ

ସମ୍ବଲପୁର, ଅକ୍ଟୋବର ୮: ନୂତନ ଏମ୍‌ଏମ୍‌ଡିଆର୍‌ (MMDR) ବିଲ୍‌କୁ ବିରୋଧ କରିବା ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି ସମେତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି।

ବନ୍ଦକୁ ସମର୍ଥନ କରି କଂଗ୍ରେସ ଓ ସହଯୋଗୀ ଦଳର କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବସି ପିକେଟିଂ କରିଥିଲେ। ଏହା ସହିତ ଏମ୍‌ଏମ୍‌ଡିଆର୍‌ ବିଲ୍‌ ବିରୋଧରେ ନାରାବାଜି କରିବା ସହ ନିର୍ବାଚନ କମିଶନ ସମ୍ପର୍କିତ ବିଭିନ୍ନ ଦାବି ଉଠାଇଥିଲେ।

ବନ୍ଦ ପ୍ରଭାବରେ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ବସ୍‌ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ ଯାନବାହନ ମଧ୍ୟ ରାସ୍ତାରେ ଅଟକିଥିବା ଦେଖାଯାଇଥିଲା। ଫଳରେ ସାଧାରଣ ଯାତାୟାତରେ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଥିଲା।

ସହରର ବିଭିନ୍ନ ସ୍ଥାନରେ ଦୋକାନ, ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀମାନେ ବିଭିନ୍ନ ପ୍ରମୁଖ ରାସ୍ତା ଓ ଛକରେ ଉପସ୍ଥିତ ରହି ପିକେଟିଂ କରିଥିଲେ।

ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିଲା। ଆମ୍ବୁଲାନ୍ସ, ହସ୍ପିଟାଲ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ଭାବେ ଚାଲିଥିଲା। ରୋଗୀ ଓ ଜରୁରୀ ଚିକିତ୍ସା ଆବଶ୍ୟକତା ଥିବା ଲୋକମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ଜରୁରୀ ସେବାକୁ ବନ୍ଦରୁ ବାଦ ଦିଆଯାଇଥିଲା।

ରିପୋର୍ଟ: ଆଲୋକ କୁମାର ଦାସ
ଆଦ୍ୟାଶା ନ୍ୟୁଜ୍‌, ସମ୍ବଲପୁର

Leave a Reply

Your email address will not be published. Required fields are marked *