Skip to content
କଦଳୀଗଡ଼ ତନ୍ତଗାଡ଼ ଜଙ୍ଗଲ ନିକଟରୁ ଶବ ଜବତ କଲା ବୌଦ୍ଧ ପୋଲିସ l
ବୌଦ୍ଧ –ବୌଦ୍ଧ ସହରର ନିଖୋଜ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଛଅ ଦିନ ଧରି ନିଖୋଜ ଥିବା ବିରୁପାକ୍ଷଙ୍କ ମୃତଦେହ କଦଳୀଗଡ଼ ତନ୍ତଗାଡ଼ ଜଙ୍ଗଲ ନିକଟରୁ ମିଳିଥିବା ସୂଚନା ଦେଇଛି ପୋଲିସ ତଣ୍ଟି କାଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣାକୁ ନେଇ ବୌଦ୍ଧ ସହରରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି।ଘଟଣାର ପ୍ରକୃତ କାରଣ ଓ ହତ୍ୟା ପଛର ରହସ୍ୟ ଉନ୍ମୋଚନ ପାଇଁ ପୋଲିସର ତଦନ୍ତ ଜାରି ରହିଛି । ଏପଟେ 4 ଜଣଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି ।ବୌଦ୍ଧ ଗାନ୍ଧୀ ଛକ ର ଯୁବ ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ଗତ 12 ତାରିଖ ଠାରୁ ନିଖୋଜ ଥିଲେ ଯାହାକୁ ନେଇ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦାବି ନେଇ ବୌଦ୍ଧ ବଣିକ ସଂଘ ନେତୃତ୍ୱରେ 6 ଟି ସଂଗଠନର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ 6 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନାଙ୍କ ପ୍ରଦାନ କରିଥିଲେ ଓ ପରିବାର ଲୋକେ ରାସ୍ତା ଅବରୋଧ କରିଥିଲେ l ଏ ନେଇ ବୌଦ୍ଧ ଆଦର୍ଶ ଥାନା ପୋଲିସ କେଶ ନମ୍ବର 530/2026 ରେ ଏକ ମାମଲା ରୁଜୁ ହୋଇଛି l ଜୈବିକ ନମୁନା, ତନ୍ତୁ ( ଟିସୁ ) ଏବଂ ଅନ୍ୟାନ୍ୟ ସୂକ୍ଷ୍ମ ପ୍ରମାଣଗୁଡିକ ସଂଗ୍ରହ ନିମନ୍ତେ ବୁର୍ଲା ଫୋରେନସିକ ସାଇନ୍ସ ଲାବୋରେ୍ଟୋରୀ ଠାରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି l ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବା ନେଇ ମଧ୍ୟ ସୂଚନା ମିଳିଛି l 6 ଟି ସଂଗଠନର ସଦସ୍ୟମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ମାର୍ଜାକୁଦ ବ୍ରିଜ ଛକ ଠାରୁ ବାହାରି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ l ବୌଦ୍ଧ ବଣିକ ସଂଘ ନେତୃତ୍ୱରେ ବୁଟୁପାଲି ବଣିକ ସଂଘ , ଟାଉନ ଦୁର୍ଗାପୂଜା କମିଟି, ବୌଦ୍ଧ ଜିଲ୍ଲା ବଣିକ ମହାସଂଘ, ବୌଦ୍ଧ ମାରୱାଡି ସମାଜ ଓ ମାରୱାଡି ଯୁବ ମଞ୍ଚର ସଦସ୍ୟମାନେ ସାମିଲ ହୋଇଥିଲେ l ବିକ୍ଷୋଭକାରୀଙ୍କ ପକ୍ଷରୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯିବା, ସମସ୍ତ ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ଉପଲବ୍ଧ ବୈଷୟିକ ପ୍ରମାଣଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା, ବିରୂପାକ୍ଷ ଅଗ୍ରୱାଲଙ୍କୁ ତୁରନ୍ତ ଠାବ କରାଯିବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା, ଛତନିଆକଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱାଧୀନ କୁମାର ପ୍ରଧାନଙ୍କ ସମ୍ପୃକ୍ତି ନେଇ ଉଠିଥିବା ଅଭିଯୋଗର ତୁରନ୍ତ ତଦନ୍ତ କରାଯିବା ଏବଂ ଯଦି ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଯଦି ଅନ୍ୟ କେହି ବ୍ୟକ୍ତି ଏହି ଘଟଣାରେ ଜଡ଼ିତ ଥାଆନ୍ତି, ତେବେ ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗିରଫ କରାଯିବା, ତଦନ୍ତର ଅଗ୍ରଗତି ସମ୍ପର୍କରେ ପୀଡ଼ିତଙ୍କ ପରିବାରକୁ ନିୟମିତ ଭାବେ ଅବଗତ କରାଯିବାକୁ ଦାବି କରିଥିଲେ । ତେବେ ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ଦାବିପତ୍ର ଗ୍ରହଣ କରିବା ସହିତ ପୋଲିସ ର ସକ୍ରିୟତା, ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଗିରଫଦାରି ନେଇ ପ୍ରତିଶୃତି ଦେଇଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ 12 ତାରିଖ ମଧ୍ୟାହ୍ନ ସମୟରୁ ବିରୂପାକ୍ଷ ଅଗ୍ରୱାଲ ନିଖୋଜ ହୋଇଥିବା ସୂଚନା ଦିଆଯାଇଛି l ବିରୂପାକ୍ଷଙ୍କ ନିଖୋଜ ହେବା ନେଇ ତାଙ୍କ ଭାଇ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟାରେ ଉତ୍ୟକ୍ତ ଲୋକେ ବାଘଗୁଡା- ରାଜନପାଲି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ରୋକ ହଟିଥିଲା । ଦେବେ ଆଜି ମୃତଦେହ ମିଳିବା ପରେ କିଏ କାହିଁକି ତଣ୍ଟିକାଟି ହତ୍ୟା କଲା ତାହାର ତଦନ୍ତ ଚ଼ଲାଇଛି ବୌଦ୍ଧ ପୋଲିସ l
ରିପୋର୍ଟ — ଉଗ୍ରସେନ କର୍ମୀ