7 Mar 2026, Sat

ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୧୩/୦୭: ରାଷ୍ଟ୍ରପତିଙ୍କ  ଆଗମନ ପାଇଁ ଆଜି ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା, ପୁଲିସ କମିଶନର ସୁରେଶ  ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା  ଓ ଅତିରିକ୍ତ କମିଶନର ନରସିଂହ ଭୋଳ  ଏମ୍‌ସରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।  ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୦ ପ୍ଲାଟୁନ ଫୋର୍ସ  ଭୁବନେଶ୍ୱରରେ ନିୟୋଜିତ ହେବେ । ୮ ଜଣ  ଡିସିପି ର‌୍ୟାଙ୍କ ଅଫିସର, ୧୧ ଜଣ ଏଡିସିପି,  ୩୧ ଜଣ ଏସିପି, ୪୪ ଇନ୍ସପେକ୍ଟର ଓ ୧୮୦  ଜଣ ଏସ୍‌ଆଇ ନିୟୋଜିତ ହେବେ । ସେହିପରି  ଏମ୍‌ସ ଭୁବନେଶ୍ୱର, ରାଜଭବନ ଓ ବିଭିନ୍ନ  ଟ୍ରାଫିକ ପୋଷ୍ଟ ଓ ଚେକ୍‌ପୋଷ୍ଟ୍‌ରେ ପୁଲିସ ଫୋର୍ସ  ମୁତୟନ ରହିବେ ଡିସିପି ଶ୍ରୀ ମୀନା ସୂଚନା  ଦେଇଛନ୍ତି । ରବିବାର ପୁଲିସର କାର୍‌କେଡ୍‌ ରିହର୍ସାଲ୍‌ କରାଯିବ ।

ପ୍ରକାଶଥାଉକି, ଆସନ୍ତା  ୧୪ ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର  ଦୁଇଦିନିଆ ଓଡ଼ିଶା ଗସ୍ତ ରହିଛି । ୧୪ ତାରିଖ  ଅପରାହ୍ଣରେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ । ଭୁବନେଶ୍ୱର  ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ  ଦେଇ ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ  ଫେରିଯିବେ ।

Leave a Reply

Your email address will not be published. Required fields are marked *