18 Jan 2026, Sun

୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ

ଭୁବନେଶ୍ୱର,: ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।  ୨୪ ତାରିଖ ବେଳକୁ ଉତ୍ତର  ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି  ସମ୍ଭାବନା ଅଛି । ଏହା ପ୍ରଭାବରେ  ଅନେକ ସ୍ଥାନରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହେବ ବୋଲି  ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ପୂର୍ବାନୁମାନ କରିଛି ।

୨୩ରୁ ୨୬ ତାରିଖ ଯାଏ  ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । ୨୩ରେ  କଟକ ଓ ନୟାଗଡ଼ରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ ।  ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ  ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦ୍ରାପଡ଼ା,  ଜଗତସିଂହପୁର, ଯାଜପୁର,  ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ,  ଗଞ୍ଜାମ, ଭଦ୍ରକ, ବାଲେଶ୍ୱର,  ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଓ  ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ ।  ୨୪ ତାରିଖରେ ମୟୂରଭଞ୍ଜ,  କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ ।  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର,  ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,  ବରଗଡ଼, ଅନୁଗୁଳ ଓ ଢେଙ୍କାନାଳରେ  ପ୍ରବଳ ବର୍ଷା ଆଶଙ୍କା ଅଛି ।

୨୫ ତାରିଖରେ ଝାରସୁଗୁଡ଼ା,  ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଓ  କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ । ମୟୂରଭଞ୍ଜ, ସୋନପୁର, ବୌଦ୍ଧ,  ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ଦେବଗଡ଼,  ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, କଟକ ଓ ଯାଜପୁରରେ ପ୍ରବଳ  ବର୍ଷା ହୋଇପାରେ । ୨୬ ତାରିଖରେ ମଧ୍ୟ କିଛି  ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି ।

ସୋମବାର କଟକରେ ୧୫.୨ ମିମି ବର୍ଷା ହୋଇଛି ।  ଭୁବନେଶ୍ୱରରେ ୯.୫ ଓ ମାଲକାନଗିରିରେ ୩.୨,  ଭଦ୍ରକରେ ୩ମିମି ବର୍ଷା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *