ରେଢ଼ାଖୋଲ : ରେଢ଼ାଖୋଲ ଡି ଏଫ୍ ଓ ସମ୍ମିଳନୀ କକ୍ଷରେ ରେଢ଼ାଖୋଲ ବିଭିନ୍ନ ସମସ୍ୟା କୁ ନେଇ ବିଜୁ ଜନତା ଦଳ ପକ୍ଷରୁ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା। ବିଭିନ୍ନ ସମସ୍ୟା ମଧ୍ୟରେ ଲୁହାପଙ୍କ ସାଧୁମୁଣ୍ଡା ଠାରେ ପ୍ରବେଶ ରାସ୍ତା , ସାଧୂମୁଣ୍ଡା ଠାରୁ ଯୁଯୁମୁରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିବ, ତାରିଣୀ ଢ଼ାବା ସମୟ ଅଫିସ୍ ଠାରେ ପ୍ରବେଶ ରାସ୍ତା ନଥିବା ରୁ ନୂଆପଡ଼ା, ଝାଙ୍କର ପଡ଼ା, ବରମ୍ ପୁରା ଏବଂ ବୁର୍ଡା ଗ୍ରାମପଞ୍ଚାୟତ କୁ ଯାଉଥିବା ଜନସାଧାରଣ ହଇରାଣ ହେଉଥିବା ବିଧାୟକ ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଥିଲେ। ପୂର୍ବରୁ ଏ ସଂପର୍କରେ ଲିଖିତକାରରେ ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରାଯାଇଥିବା ବିଧାୟକ ପ୍ରକାଶ କରି ଥିଲେ। ସେହିପରି ଚାରମାଳ ଖୁବେଲ ରାସ୍ତା ଠାରେ ଅଣ୍ଡର ପାସ ରାସ୍ତା, ଚାରମାଳ ଠାରେ ଜାତୀୟ ରାଜପଥରେ ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଚାରମାଳ ଡାକ୍ତରଖାନା କୁ ପାଣି ପଶି ଅପରିଷ୍କାର ହେବା ସହିତ ରୋଗୀ ଯିବା ଆସିବାରେ ଅସୁବିଧା ହେଉଥିବା, ମନ୍ଦିର ପାଖ ବ୍ରିଜ ଖାଲ ଖମା ଯୋଗୁଁ ଯିବା ଆସିବା ଅସୁବିଧା, ରାସ୍ତା କାମ ଶେଷ ଶେଷ ନହେବା ପର୍ଯ୍ୟନ୍ତ ଟୋଲ ଗେଟ୍ କୁ ଉଚ୍ଛେଦ କରାଯିବ, ପାଉଁଶ ବୋଝେଈ ଗାଡ଼ି ଟାଉନ୍ ଭିତରକୁ ନଯିବା ପାଇଁ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ଗୋଟିଏ ଦିନ ବନ୍ଦ ହେବା ପରେ ପୁଣି ଚାଲୁଥିବା, ରେଢ଼ାଖୋଲ ଦେଇ ଯାଇ ଥିବା ୬ କିଲୋ ମିଟର ରାସ୍ତା ତୁରନ୍ତ ସମ୍ପୂର୍ଣ୍ଣ କରିବା ଆଦି ସମସ୍ୟା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ରେ ବିଧାୟକ ପ୍ରକାଶ କରିଥିଲେ।। ସରକାର ଶୀଘ୍ର ଏହି ସବୁ ସମସ୍ୟା ର ସମାଧାନ ନ କଲେ ଆସନ୍ତା ଅଗଷ୍ଟ ୨୨ତାରିଖ ଶୁକ୍ରବାର ଦିନ ୧୨ଘଣ୍ଟିଆ ରେଢ଼ାଖୋଲ ବନ୍ଦ ଓ ରାସ୍ତା ରୋକ କରାଯିବ ବୋଲି ବିଜେଡ଼ି ତରଫରୁ ଏହି ସାମ୍ବାଦିକ ସମ୍ମିଳନୀ ରେ ବିଧାୟକ ପ୍ରକାଶ କରି ଛନ୍ତି। ସାମ୍ବାଦିକ ସମ୍ମିଳନୀ ରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ବ୍ଲକ ବିଜେଡ଼ି ସଭାପତି ଅରୁଣ ପ୍ରଧାନ, ବରିଷ୍ଠ ବିଜେଡି ନେତ ଅରୁଣ ପ୍ରଧାନ, ବ୍ଲକ ବିଜେଡ଼ି ସଭାପତି ଉଦିତ ନାରାୟଣ ତ୍ରିପାଠୀ, ପୂର୍ବତନ ଏନ ଏ ସି ଉପାଧ୍ୟକ୍ଷ ସୁନିଲ ପ୍ରଧାନ,ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପ୍ରଧାନ, ଛାତ୍ର ସଭାପତି ଶିବସମ୍ଭୁ ନନ୍ଦ, ଯୁବ ସଭାପତି ବିକାଶ ଦାସ, ପୁରୁଷୋତ୍ତମ ଅଗ୍ରୱାଲ, ସୁଧାଂଶୁ ଅମାତ ପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କ ବିୟୋଗରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଥିଲେ।

