20 Jan 2026, Tue

ବିଭିନ୍ନ ସମସ୍ୟା ର ସମାଧାନ ଦାବି ରେ ବିଜୁ ଜନତା ଦଳ ପକ୍ଷରୁ ରେଢ଼ାଖୋଲ ବନ୍ଦ

 

ରେଢ଼ାଖୋଲ : ଆଜି ରେଢ଼ାଖୋଲ ର ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ବିଜୁ ଜନତା ଦଳ ପକ୍ଷ ରୁ ରେଢ଼ାଖୋଲ ବନ୍ଦ ପାଳନ କରାଯାଇଛି। ଫଳରେ ରେଢ଼ାଖୋଲ ର ସମସ୍ତ ଦୋକାନ ବଜାର , ସରକାରୀ ବେସରକାରୀ କାର୍ଯ୍ୟାଳୟ ସହିତ ସ୍କୁଲ, କଲେଜ ବନ୍ଦ ରହିଛି । 55 ନମ୍ବର ଜାତୀୟ  ରାଜପଥ କୁ ଆନ୍ଦୋଳନକାରୀ ମାନେ ଅବରୋଧ କରିଥିବାରୁ ଶହ ଶହ ଗାଡି ମଟର ଅଟକି ରହିଛି । ବୁସ ଚଳାଚଳ ସମ୍ପୂର୍ଣ୍ଣବନ୍ଦ ରହିଥିବା ରୁ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।

ବିଜୁ ଜନତା ଦଳ ର ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ଉପନେତା ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ନେତୃତ୍ବରେ ସ୍ଥାନୀୟ

ବିଜେଡି ନେତା ଓ କର୍ମୀ ମାନେ ସାମିଲ ହୋଇ ବନ୍ଦ ପାଳନ କରାଯାଇଛି ।

Leave a Reply

Your email address will not be published. Required fields are marked *