8 Dec 2025, Mon

ଉରିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା

ଆଦ୍ୟାଶା ନିଉଜ ଡେସ୍କ : ଜାମ୍ମୁ-କାଶ୍ମୀରର ଉରି ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲଓସି)ରେ ସୋମବାର ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ସେନା। ନିୟନ୍ତ୍ରଣ ରେଖା ନିକଟରେ କିଛି ସନ୍ଦିଗ୍ଧ ଗତିବିଧି ଦେଖିବା ପରେ ଯବାନଙ୍କ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଫଳରେ ଆତଙ୍କୀମାନେ ଛତ୍ରଭଙ୍ଗ ଦେଇଥିଲେ ବୋଲି ସେନା ସୂତ୍ରରୁ ଜଣାପଡ଼ିଛି।

ଏହି ଘଟଣା ପରେ ସେନା ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସୋମବାର ସକାଳେ ପାକିସ୍ତାନ ପଟୁ ୬ରୁ ଅଧିକ ଡ୍ରୋନ ପୁଞ୍ଚ ଜିଲାର ଏଲଓସି ଉପରେ ଚକ୍କର କାଟିଥିଲା। ପ୍ରାୟ ୫ ମିନିଟ ପରେ ସେସବୁ ଫେରିଯାଇଥିଲା। ଏଲଓସି ନିକଟବର୍ତ୍ତୀ ଅଞ୍ଚଳରେ କୌଣସି ଯବାନ ମୁତୟନ ହୋଇଛନ୍ତି କି ନାହିଁ ତାହାର ତଦାରଖ କରିବାକୁ ଏହି ଡ୍ରୋନ ଛଡ଼ାଯାଇଥିବା ଅନୁମାନ କରାଯାଉଛି। ଏହା ପରେ ଆତଙ୍କୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ।

Leave a Reply

Your email address will not be published. Required fields are marked *