7 Mar 2026, Sat

ଗୋବିନ୍ଦା କେବଳ ମୋର : ସୁନୀତା

ମୁମ୍ବାଇ : ଗତ କିଛି ଦିନ ହେଲାଣି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଚର୍ଚ୍ଚାରେ ଅଛନ୍ତି। ସେ ଅଭିନେତ‌ାଙ୍କ ବିରୋଧରେ ଅନେକ ବୟାନ ଦେବା ପରେ ତାଙ୍କଠାରୁ ଅଲଗା ହେବା ପାଇଁ ଛାଡପତ୍ର ଆବେଦନ ଦାଖଲ କରିଥିବା କୁହାଯାଉଥିଲା। କିନ୍ତୁ ଏକାଠି ଗଣେଶ ଚତୁର୍ଥୀ ପାଳନ କରି ଗୋବିନ୍ଦା ଏବଂ ସୁନୀତା ଛାଡପତ୍ର ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଦୁହେଁ ଏକାଠି ଗଣପତି ବପ୍ପାଙ୍କୁ ପୂଜା କରିଥିଲେ ଏବଂ ମିଠା ବାଣ୍ଟୁଥିବାର ମଧ୍ୟ ଦେଖାଯାଇଥିଲା। ଏବେ ସୁନୀତା ନିଜେ ଏକ ବୟାନ ଦେଇ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଏବଂ ଗୋବିନ୍ଦାଙ୍କ ଛାଡପତ୍ର ଖବର ମିଥ୍ୟା।

ଏକ ସାକ୍ଷାତକାରରେ ସୁନୀତା ଆହୁଜା, ଗୋବିନ୍ଦାଙ୍କୁ ଛାଡପତ୍ର ଦେଉଥିବାର ଖବର ବିଷୟରେ କହିଥିଲେ। ସେ କହିଥିଲେ ଯେ, ‘ଆଜି ଆମେ ଏତେ ନିକଟତର ଥିଲୁ। ଏକାଠି ପୂଜା କଲୁ। ଯଦି କିଛି ହୋଇଥାନ୍ତା, ତେବେ ଆମେ କ’ଣ ଏତେ ନିକଟତର ହୋଇଥାନ୍ତୁ ? ଆମେ ପରସ୍ପରଠାରୁ ବହୁତ ଦୂରରେ ରହିଥାନ୍ତୁ। କେହି ଆମକୁ ଅଲଗା କରିପାରିବେ ନାହିଁ। ଯଦି କେହି ଉପରୁ ଆସେ, ଯଦି ଭଗବାନ ଆସନ୍ତି, ଏପରିକି ଶୈତାନ ମଧ୍ୟ ଆସେ; କେହି ଆମକୁ ଅଲଗା କରିପାରିବେ ନାହିଁ। ମୋ ଗୋବିନ୍ଦା କେବଳ ମୋର । ଯେପର୍ଯ୍ୟନ୍ତ ଆମେ ମୁହଁ ଖୋଲି କିଛି କହିନାହୁଁ, ସେପର୍ଯ୍ୟନ୍ତ କୌଣସି ଖବର ଉପ‌େରେ ବିଶ୍ବାସ କରନ୍ତୁ ନାହିଁ।’

Leave a Reply

Your email address will not be published. Required fields are marked *