8 Dec 2025, Mon

୧୮ ବର୍ଷ ପରେ ଜେଲରୁ ମୁକୁଳିବ ଗ୍ୟାଙ୍ଗଷ୍ଟର ଅରୁଣ ଗାୱଲି

ନାଗପୁର : ସୁପ୍ରିମକୋର୍ଟ ମୁମ୍ବାଇର କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ବିଧାୟକ ଅରୁଣ ଗାୱଲିଙ୍କ ଜାମିନକୁ ମଞ୍ଜୁର କରିଛନ୍ତି। ଫଳରେ, ପ୍ରାୟ ୧୮ ବର୍ଷ ପରେ ସେ ଜେଲରୁ ବାହାରକୁ ଆସିବ। ଗାୱଲି ମୁମ୍ବାଇ ଶିବସେନା କାଉନସିଲର କମଳାକର ଜାମସାଣ୍ଡେକରଙ୍କ ହତ୍ୟା ମାମଲାରେ ଜେଲରେ ଥିଲା। ସେ ନାଗପୁର କେନ୍ଦ୍ରୀୟ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲା।
୨୦୦୭ ମସିହାରେ ମୁମ୍ବାଇର ଶିବସେନା କାଉନସିଲର କମଳାକର ଜାମସାଣ୍ଡେକରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୨୦୧୨ ମସିହାରେ ମୁମ୍ବାଇ ସେସନ୍ସ କୋର୍ଟ ଗାୱଲିକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। 
ଓକିଲ ମୀର ନାଗମାନ ଅଲି କହିଛନ୍ତି ଯେ ସୁପ୍ରିମକୋର୍ଟ ଗାୱଲିକୁ ଜାମିନ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ମହକିଲ ୧୮ ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି ଏବଂ ଏବେ ତାଙ୍କ ବୟସ ୭୩ ବର୍ଷ। ଏହି ଦୁଇଟି ଆଧାରରେ, ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଅରୁଣ ଗାୱଲି ଆଗାମୀ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ନାଗପୁର କେନ୍ଦ୍ରୀୟ ଜେଲରୁ ବାହାରକୁ ଆସିବ। ଡନ୍ ଗାୱଲି ପକ୍ଷରୁ ମୀର ନାଗମାନ ଅଲି ଏବଂ ହାଡକର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
୨୦୦୭ ମସିହାରେ ମୁମ୍ବାଇର ଶିବସେନା କାଉନସିଲର କମଳାକର ଜାମସାଣ୍ଡେକରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୨୦୧୨ ମସିହାରେ ମୁମ୍ବାଇ ସେସନ୍ସ କୋର୍ଟ ଗାୱଲିକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *