6 Dec 2025, Sat

ଆଦ୍ୟାଶା ଫାଉଣ୍ଡେସନ ପକ୍ଷ ରୁ ପରିବେଶ ସୁରକ୍ଷା ସଚେତନତା ପୋଷ୍ଟର ଉନ୍ମୋଚନ

ରାଉରକେଲା : ରାଜ୍ୟ ସ୍ତରୀୟ ସ୍ବେଛାସେବୀ ଅନୁଷ୍ଠାନ ଆଦ୍ୟାଶା ଫାଉଣ୍ଡେସନ ପକ୍ଷ ରୁ ପରିବେଶ ସୁରକ୍ଷା ପାଇଁ ସଚେତନତା ପାଇଁ ଏକ ପୋଷ୍ଟର ଉନ୍ମୋଚିତ ହୋଇଛି । ତୃଣମୂଳସ୍ତର ରୁ ସଚେତନତା ପାଇଁ ରାଜ୍ୟ ର ସମସ୍ତ ସ୍କୂଲ ,କଲେଜ ମାନଙ୍କ ରେ ସେମିନାର ,ପୋଷ୍ଟର ,ପ୍ରାଚୀର ପତ୍ରିକା ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମ ର ନାଁ “ପରିବେଶ ସାଥି ” ରଖାଯାଇଛି ।


ଏହି ପରିପ୍ରେକ୍ଷୀ ରେ ରାଉରକେଲା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଙ୍କ ଦ୍ୱାରା “ପରିବେଶ ସାଥି” ପୋଷ୍ଟର କୁ ଉନ୍ମୋଚନ କରାଯାଇଛି । ଅନୁଷ୍ଠାନ ର ଏହି ପଦକ୍ଷେପ କୁ ମାନ୍ୟବର ବିଧାୟକ ଶ୍ରୀ ନାୟକ ପ୍ରସଂଶା କରିଥିଲେ ।
ଆଦ୍ୟାଶା ଫାଉଣ୍ଡେସନ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ସରୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *