8 Dec 2025, Mon

ଆଦ୍ୟାଶା ଫାଉଣ୍ଡେସନ  ର କାର୍ଯ୍ୟାଳୟ ରେଢ଼ାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଦ୍ୱାରା ଉଦ୍ଘାଟିତ

ରେଢ଼ାଖୋଲ : ରାଜ୍ୟସ୍ତରୀୟ ସ୍ବେଛାସେବୀ ଅନୁଷ୍ଠାନ  ଆଦ୍ୟାଶା ଫାଉଣ୍ଡେସନ  ର କାର୍ଯ୍ୟାଳୟ କୁ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ଉପନେତା ଓ ରେଢ଼ାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି । ସାମ୍ବାଦିକ ଶ୍ରୀଯୁକ୍ତ କନ୍ଦର୍ପ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ରେଢ଼ାଖୋଲ ଏନ.ଏ .ସି.ର ଅଧକ୍ଷ ଶ୍ରୀଯୁକ୍ତ ଶିବରାମ ସାହୁ ଏବଂ ରେଢ଼ାଖୋଲ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ ଯୋଗଦାନ କରିଥିଲେ ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଆଚାର୍ଯ୍ୟ ଅନୁଷ୍ଠାନ ର କାର୍ଯ୍ୟ ସମ୍ପର୍କ ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସଭାନେତ୍ରୀ ଶ୍ରୀମତୀ ରଶ୍ମିତା ରାଉତ ଙ୍କ ଠାରୁ ସବିଶେଷ ତଥ୍ୟ ପଚାରି ବୁଝିବା ସହ ଅନୁଷ୍ଠାନ ର ଉନ୍ନତି କାମନା କରିଥିଲେ ।
ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଶିବରାମ ସାହୁ ଓ ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ ମଧ୍ୟ ଅନୁଷ୍ଠାନ ର କାର୍ଯ୍ୟକ୍ରମ ଗୁଡିକୁ ପ୍ରସଂଶା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ରେଢ଼ାଖୋଲ ର ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗଦାନ କରିଥିଲେ ।
ଶେଷ ରେ ଆଦ୍ୟାଶା ଫାଉଣ୍ଡେସନ ର ଅଧକ୍ଷ ଶ୍ରୀ ସରୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *