7 Mar 2026, Sat

ନକଲି ସୁନା ବିସ୍କୁଟ ଦେଖାଇ ୧୬ ଲକ୍ଷ ଟଙ୍କା ଲୁଟ ଘଟଣା : ୫ ଗିରଫ

ନୀଳଗିରି :ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ନକଲି ସୁନା  ବିସ୍କୁଟ ଦେଖାଇ ୧୬ ଲକ୍ଷ ଟଙ୍କା ଲୁଟ ଘଟଣାରେ ୫ ଜଣଙ୍କୁ ପୁଲିସ ଗିରଫ କରି  କୋର୍ଟ ଚାଲାଣ କରିଛି। ଏଥିସହ ସେମାନଙ୍କ ନିକଟରୁ ୩.୭୯ ଲକ୍ଷ ଟଙ୍କା,୪ କେଜିର ତମ୍ବା ପ୍ଲେଟ,ଦୁଇଟି ବାଇକ,୬ ଟି ମୋବାଇଲ ଜବତ କରିଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ବାଣପୁର ଅଞ୍ଚଳର ବିଷ୍ଣୁ ମହାନ୍ତି(୬୦) ଲମ୍ବାପ୍ଟେଟ ରେ ସୁନା ପାଣି ମଡ଼ାଇ ଆରମ୍ବ କରିଥିଲେ ସୁନା ବିସ୍କୁଟ ବ୍ୟବସାୟ।ତାଙ୍କ ଜାଲରେ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଧିନ ସେବକନଗର ଗ୍ରାମର କୃଷ୍ଣ ନାୟକ ପଡି ଯାଇଥିଲେ। ୧୬ ଲକ୍ଷ ଟଙ୍କା ନେଇ ନୀଳଗିରି ଆସିବା ପରେ ତାଙ୍କ ଠାରୁ ଟଙ୍କା ଲୁଟ କରିଥିଲା। ଏ ନେଇ ସେ ବରମପୁର ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁକରି ତଦନ୍ତ କରିଥିଲା।ପ୍ରଥମେ ବିଷ୍ଣୁ ମହାନ୍ତିଙ୍କୁ ଅଟକ ପରେ ତାଙ୍କ ଠାରୁ ୩ ଲକ୍ଷ ଟଙ୍କା ଜବତ କରିବା ପରେ ଗୋଟିଏ ପରେ ଗୋଟିଏ କଥା ପଦାକୁ ଆସିଥିଲା। ପରେ କଟକ ଜିଲ୍ଲା ସାଲେପୁର ଥାନା ଅଧିନ ଜୁଲୁକିପଦା ଅଞ୍ଚଳରୁ ଅକ୍ଷୟ କୁମାର ସାମଲ (୩୭)ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୧ ହଜାର ଟଙ୍କା ଜବତ ହୋଇଥିଲା।ସେହିପରି ନୀଳଗିରି ଥାନା ଅଧିନ ଧୋବଶିଳା ପଂଚାୟତ ସାରୁପାଳ ଗ୍ରାମର ଆଶିଷ କୁମାର ସ୍ୱାଇଁ (୨୦) ଓ ଧୋବଶିଳା ଗ୍ରାମର ଲଳିନୀ ମହାନ୍ତି(୨୨)ଙ୍କୁ ଗିରଫ କରିବା  କରି ତାଙ୍କ ଠାରୁ ୬୮ହଜାର ଟଙ୍କା ଜବତ ହୋଇଥିଲା।ପରେ ଚାନ୍ଦିପୁର ଅଞ୍ଚଳର ରାଜେନ୍ଦ୍ର ଡାକୁଆ (୫୦)ଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ୫ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *