7 Mar 2026, Sat

ଜିଓ ଲଞ୍ଚ କଲା ଖାସ୍‌ ଅଫର୍‌

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଜିଓର ୯ ବର୍ଷ ପୂରଣ ହୋଇଛି । କମ୍ପାନୀରେ ସବସ୍କ୍ରାଇବରଙ୍କ ସଂଖ୍ୟା ୫୦ କୋଟି ପାର୍‌ ହୋଇ ସାରିଛି । ଏହି ଅବସରରେ କମ୍ପାନୀ ଏକ ଖାସ୍‌ ଅଫର୍‌ ଆଣିଛି । ଏହି ଅଫର୍‌ ୩୦୦୦ ଟଙ୍କାର ଅତିରିକ୍ତ ଭାଉଚର୍‌ ସୁବିଧା ସହ ଆସୁଛି ।

କମ୍ପାନୀ ୩୪୯ ଟଙ୍କାର ପ୍ଲାନ୍‌ର ଘୋଷଣା କରିଛି । ଯାହା ୫ ସେପ୍ଟେମ୍ବରରୁ ଉପଲବ୍ଧ ହୋଇଛି । ଏହି ପ୍ଲାନ୍‌ରେ ଅସୀମିତ କଲିଙ୍ଗ୍‌, ଅସୀମିତ ୫ଜି ଡାଟା ଓ ଦୈନିକ ୧୦୦ ଏସଏମଏସ ମିଳିବ । ୩୪୯ ଟଙ୍କାର ସେଲିବ୍ରେଶନ ପ୍ଲାନ୍‌ ସହ ୩୦୦୦ ଟଙ୍କାର ଭାଉଚର ମଧ୍ୟ ମିଳିବ । ଗ୍ରାହକଙ୍କୁ ଅତିରିକ୍ତ ସୁବିଧା ମିଳିବ । ଏହି ପ୍ଲାନ୍‌ ସହ ଜିଓ ହଟଷ୍ଟାର ଓ ଜିଓ ସାୱନ ପ୍ରୋର ଏକ ମାସର ମାଗଣା ସବସ୍କ୍ରିବସନ୍‌ ଦିଆଯାଉଛି ।

ପ୍ରିପେଡ୍‌ ଗ୍ରାହକଙ୍କୁ ୩ ମାସର ଜୋମାଟୋ ଗୋଲ୍ଡ, ରିଲାଏନ୍ସ ଡିଜିଟାଲରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ମିଳିବ । ଏହା ବ୍ୟତୀତ ଏଜିଓ ଫ୍ୟାସନ୍‌ ଡିଲ୍ସ, ଇଜି ମାଇ ଟ୍ରିପ୍‌ରେ ପର୍ଯ୍ୟଟନର ସୁବିଧା ଓ ଜିଓ ହୋମ୍‌ର ୨ ମାସ ପର୍ଯ୍ୟନ୍ତ ମାଗଣାରେ ସେବା ମିଳିବ ।

Leave a Reply

Your email address will not be published. Required fields are marked *