8 Dec 2025, Mon

ପୁଲିସ ଏସଆଇଙ୍କୁ ଧକ୍କା ଦେଲା ବୋଲେରୋ, ଚାଳକ ଫେରାର

ସୋହେଲା,: ବରଗଡ଼ ଜିଲ୍ଲା ଦଶମାଇଲ ନିକଟସ୍ଥ ଲେବିଡ଼ି ଛକରେ ଦୁର୍ଘଟଣା । ବିଭିନ୍ନ ଯାନବାହନର ହାଇସିକ୍ୟୁରିଟି ନମ୍ବର ଯାଞ୍ଚ କରୁଥିବା ବେଳେ ଏକ ବୋଲେରୋ ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା l ଫଳରେ ଜଣେ କାର୍ଯ୍ୟରତ ପୁଲିସ ସବ ଇନ୍ସପେକ୍ଟର ଅମିତ ଧଳ ଗୁରୁତର ଆହତ ହୋଇଥିଲେ ।

ସୂଚନା ମୁତାବକ, ଦଶମାଇଲ ନିକଟସ୍ଥ ଲେବିଡ଼ି ଛକରେ ଯାଞ୍ଚ ଚାଲିଥିବା ବେଳେ ଲେବିଡ଼ି ଗ୍ରାମ ପଟରୁ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସି ପୁଲିସ ଏସଆଇଙ୍କୁ ଧକ୍କା ଦେଇଥିଲା । ଫଳରେ ପୁଲିସ ଅଫିସର ଜଣକ ଆହତ ହୋଇଥିଲେ । ତାଙ୍କୁ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଗୋଟିଏ ଗୋଡ଼ ଓ ଅଣ୍ଟା ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଏହି ଘଟଣା ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଗାଡ଼ିକୁ ପୁଲିସ ଜବତ କରି ଥାନାରେ ରଖି ତଦନ୍ତ ଜାରି ରଖିଛି l ତେବେ ଏହି ଘଟଣା ପରେ  ପୁଲିସ ପ୍ରତି ଜନlକ୍ରୋଶ ବଢୁଥିବା ଚର୍ଚ୍ଚା ହେଉଛି

Leave a Reply

Your email address will not be published. Required fields are marked *