କିଶୋରନଗର : ସୋସିଆଲ୍ ମିଡିଆରେ ମହିଳା ସାମ୍ବାଦିକଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାର ରଣପୁରର ଲିଙ୍ଗରାଜ ନାୟକଙ୍କୁ ଶନିବାର ପୁଲିସ ଥାନାରେ ଅଟକ ରଖିଛି । ସେ ଜଣେ ରାଜନେତା ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାଇ କିଶନନଗର ଥାନା ଅଞ୍ଚଳର ଜଣେ ମହିଳା ସାମ୍ବାଦିକଙ୍କର ମୁଣ୍ଡକୁ ଏକ ଅଶ୍ଳୀଳ ଫଟୋରେ ଲଗାଇ ଶ୍ରୀ ନାୟକ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିବା ସାମ୍ବାଦିକା ଗତ ୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗର ତଦନ୍ତ କରି ଏଥିରେ ସମ୍ପୃକ୍ତ ଲିଙ୍ଗରାଜଙ୍କୁ ଧରି ଆଣି ଥାନାରେ ଅଟକ ରଖିଛି । ଅପରପକ୍ଷରେ ଅଭିଯୁକ୍ତ ଶ୍ରୀ ନାୟକ କହିଛନ୍ତି ଯେ ତାଙ୍କ ସୋସିଆଲ୍ ମିଡିଆକୁ କିଏ ହ୍ୟାକ୍ କରିଛି । ତେଣୁ ଏନେଇ ସାଇବର୍ ଥାନାରେ ତଦନ୍ତ ହେବା ଜରୁରି । ତେବେ ଏହି ମାମଲାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଦୁର୍ଗେଶ ନନ୍ଦିନୀ ମହାନ୍ତି ସୂଚନା ଦେଇଛନ୍ତି ।

